ବ୍ରିଜ୍ ଉପରୁ ମହାନଦୀକୁ ଯାତ୍ରୀବାହୀ ବସ ଖସିପଡିବା ଘଟଣା: NHAI ଦାୟୀ !

Published By : Prameya-News7 Bureau | November 22, 2018 IST

କଟକ ୨୨/୧୧ :ବ୍ରିଜ୍‌ ଉପରୁ ମହାନଦୀକୁ ଯାତ୍ରୀବାହୀ ବସ ଖସିପଡିବା ଘଟଣାର ଆରମ୍ଭ ହୋଇଛି ଛାନଭିନ୍ । ଦୁର୍ଘଟଣା ପାଇଁ କିଏ ଦାୟୀ, କେଉଁଠି ରହିଲା ତ୍ରୁଟି, ସବୁ ଦିଗକୁ ନେଇ ଚାଲିଛି ତଦନ୍ତ । ଏମ୍‌ଭିଆଇ, NHAI ଯନ୍ତ୍ରୀ, ଜଗତପୁର ଥାନା ଆଇଆଇସି ଓ ରୋଡ ସେପ୍ଟି ସୋସାଇଟି ସଦସ୍ୟ ଓ ଟାଟା ମୋଟର୍ସ ର ବୈଷୟିକ ଅଧିକାରୀ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ତେବେ ବସରେ କୌଣସି ଯାନ୍ତ୍ରୀକ ତ୍ରୁଟି ନଥିବା ଏମଭିଆ କହିଥିବା ବେଳେ ଦୁର୍ଘଟଣା ପାଇଁ NHAIକୁ ଦାୟୀ କରିଛି ରୋଡ ସେଫଟି ସୋସାଇଟି । ଗତକାଲି ବସ ମାଲିକ ସଂଘ ମଧ୍ୟ NHAI କୁ ଦାୟୀ କରିଥିଲା… ମହାନଦୀ ବସ ଦୁର୍ଘଟଣାର କାରଣ ଖୋଜୁଛି ତଦନ୍ତକାରୀ ଟିମ୍ । ମଇଁଷି ପାଇଁ ଦୁର୍ଘଟଣା ଘଟିଲା ନା ବସରେ ଯାନ୍ତ୍ରୀକ ତ୍ରୁଟି ଥିଲା ?  ଏହାର ଛାନଭିନ୍ ଚାଲିଛି ତଦନ୍ତକାରୀ ଟିମ୍ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି ଡଙ୍ଗା ଯୋଗେ ଟିମ୍ ପହଞ୍ଚିଥିଲା ଦୁର୍ଘଟଣାଗ୍ରସ୍ତ ବସ୍ ନିକଟରେ । ସାଙ୍ଗରେ ଥିଲେ ଜଗନ୍ନାଥ ବସ୍ ମାଲିକ । ତେବେ ପ୍ରାଥମିକ ତଦନ୍ତରୁ ବସରେ କୌଣସି ଯାନ୍ତ୍ରୀକ ତ୍ରୁଟି ନଥିବା ଏମଭିଆଇ କହିଛନ୍ତି । ବସଟି ୨୦୧୬ ମସିହାର । ଏଥିରେ ସ୍ପିଡ୍ କଂଟ୍ରୋଲର ଲଗାଯାଇଥିଲା । ତେଣୁ ଘଣ୍ଟା ପ୍ରତି ୮୦ କିମିରୁ ଅଧିକ ବେଗରେ ଏହି ଗାଡିକୁ ଚାଳକ ଚଳାଇପାରିବେ ନାହିଁ ବୋଲି ତଦନ୍ତକାରୀ କହିଛନ୍ତି । ମଇଁଷିକୁ ବଞ୍ଚାଇବାକୁ ଯାଇ ବସ୍ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ ବୋଲି ତଦନ୍ତକାରୀ ଦଳ ସୂଚନା ଦେଇଛନ୍ତି । ଦୁର୍ଘଟଣା ପାଇଁ କିନ୍ତୁ ସିଧାସଳଖ ଜାତୀୟ ରାଜପଥ ପ୍ରାଧିକରଣ ବା NHAIକୁ ଦାୟୀ କରିଛନ୍ତି ରୋଡ ସେଫଟି ସୋସାଇଟି ସଦସ୍ୟ ତାଙ୍କ କହିବା କଥା, ମଇଁଷି ରାସ୍ତାରେ ବହୁ ସମୟ ଧରି ଶୋଇ ରହିଥିଲାଅନ୍ଧାରରେ ଡ୍ରାଇଭର ଶୋଇଥିବା ମଇଁଷିକୁ ଦେଖିପାରିବା ସମ୍ଭବ ନୁହେଁ । ଅନ୍ୟପଟେ ବ୍ରିଜ୍ର ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ସେଠାରେ ଲାଇଟ୍ ବ୍ୟବସ୍ଥା ନାହିଁ । ତେଣୁ ଏହି ସବୁ କାରଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ହିଁ ଦାୟୀ । ରୋଡ୍ ସେଫ୍ଟି ସେଲର ଯୁଗ୍ମ କମିସନରଙ୍କ ନିକଟରେ ରିପୋର୍ଟ ଦାଖଲ କରିବ ତଦନ୍ତକାରୀ ଟିମ୍ ।  ରିପୋର୍ଟର ଏକ ନକଲ ବଡ ବଡ ଦୁର୍ଘଟଣାର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ରାଧାକ୍ରିଷ୍ଣନ୍ କମିଟିକୁ ମଧ୍ୟ ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.