ହାଇକୋର୍ଟ ରାୟ ପରେ ମୋକିମଙ୍କ ପ୍ରତିକ୍ରିୟା, କହିଲେ ନିର୍ବାଚନରେ ମୁଁ ପ୍ରାର୍ଥୀ ହେବା ନିଶ୍ଚିତ

Published By : Prameya-News7 Bureau | March 04, 2024 IST

କଟକ ୦୪/୦୩: ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । କହିଛନ୍ତି ଏହା ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଥିଲା । ଯାହା ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବ ନାହିଁ । ରାୟର ନକଲ ପାଇବା ପରେ ତର୍ଜମା କରିବି । ଦରକାର ପଡିଲେ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହେବି ବୋଲି କହିଛନ୍ତି ମୋକିମ । ସେ କହିଛନ୍ତି ଏଥର ନିର୍ବାଚନରେ ମୁଁ ପ୍ରାର୍ଥୀ ହେବା ନିଶ୍ଚିତ । ଏହି ରାୟ ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବ ନାହିଁ ।

ସୂଚନା ଥାଉକି, ବାରବାଟୀ କଟକ ବିଧାନସଭା ନିର୍ବାଚନୀ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ । ଏହି ରାୟ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ଯାଇଛି । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନୋମିନେସନ ଦାଖଲ ବେଳେ ମୋକିମ ସଠିକ ତଥ୍ୟ ଦେଇନଥିବା କୋର୍ଟରେ ପ୍ରମାଣିତ ହୋଇଛି ।

wp:embed {"url":"https://www.prameyanews7.com/barbati-cuttack-assembly-election-case-verdict/","type":"wp-embed","providerNameSlug":"prameya-news-7"}
https://www.prameyanews7.com/barbati-cuttack-assembly-election-case-verdict/
/wp:embed

ବିଶେଷ କରି ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ବାବଦୀୟ ସମ୍ପୂର୍ଣ୍ଣ ତଥ୍ୟ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଦାଖଲ କରିନଥିଲେ । ଏବଂ ସେ ସବୁକୁ ସଠିକ ଭାବେ ରିଟର୍ଣ୍ଣିଂ ଅଫିସର ଯାଞ୍ଚ କରିନଥିବା ମଧ୍ୟ ପ୍ରମାଣିତ ହୋଇଛି। ଯାହାକୁ ଆଧାର କରି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.