ନୂଆଦିଲ୍ଲୀ: ତୀର୍ଥରାଜ ପ୍ରୟାଗରାଜରେ ସଂଗମ ସ୍ନାନ ବ୍ୟକ୍ତର ଶରୀରକୁ ଶୁଦ୍ଧ କରିବା ସହ ପବିତ୍ର ନଦୀଗୁଡ଼ିକର ଜଳାଶୟରେ ସ୍ନାନ କରିବା ଦ୍ୱାରା ଅନ୍ୟ ପୂଣ୍ୟ ମଧ୍ୟ ମିଳିଥାଏ । ମହାକୁମ୍ଭ ସମୟରେ ମାଘ ମାସର ବିଶିଷ୍ଟ ତିଥି ଏବଂ ପର୍ବରେ ଜଳରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ଉର୍ଜା ଅତ୍ୟଧିକ ବୃଦ୍ଧି ହୋଇଥାଏ । ବୃହସ୍ପତିଙ୍କ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ ଏବଂ ସନ୍ଥଙ୍କ ସାନିଧ୍ୟରେ ଭଗବାନଙ୍କ ନାମ ଜପ ଏବଂ ଧାର୍ମିକ କ୍ରିୟା ବ୍ୟକ୍ତିକୁ ମୋକ୍ଷର ଅଧିକାରୀ କରିଥାଏ ।
ତୀର୍ଥରାଜ ପ୍ରୟାଗରାଜରେ ମାଘ ମାସରେ ବିଶେଷ ରୂପେ ମହାକୁମ୍ଭ ଅବସରରେ ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀର ସଙ୍ଗମରେ ସ୍ନାନର ବିଶେଷ ମହତ୍ୱ ରହିଛି । ବେଦ, ପୁରାଣରେ ଏହା ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ରହିଛି । ବ୍ରହ୍ମା ପୁରାଣ ଅନୁସାରେ ସଂଗମ ସ୍ନାନର ଫଳ, ଅଶ୍ୱମେଧ ଯଜ୍ଞ ସହ ସମାନ ରହିଥାଏ । ଅଗ୍ନି ପୁରଣା ଅନୁସାରେ ପ୍ରୟାଗରାଜରେ ପ୍ରତିଦିନ ସ୍ନାନର ପୂଣ୍ୟ, ପ୍ରତିଦିନ କୋଟି କୋଟି ଗାଈ ଦାନ କରିବା ସହ ସମାନ ରହିଥାଏ ।
ସେହିପରି ମତ୍ସ୍ୟପୁରାଣ ଅନୁସାରେ ଦଶ ହଜାର କିମ୍ୱା ଏହାଠାରୁ ଅଧିକ ତୀର୍ଥ ଯାତ୍ରାରେ ଯେଉଁ ପୂଣ୍ୟ ମିଳେ, ତାହା ମାଘ ସଂଗମ ସ୍ନାନରେ ମିଳିଥାଏ । ପଦ୍ମ ପୁରାଣରେ ମାଘ ମାସରେ ପ୍ରାୟଗରାଜରେ ଦର୍ଶନ ଦୁଲର୍ଭ କୁହାଯାଇଛି ଏବଂ ଯଦି ଏଠାରେ ସ୍ନାନ କରାଯାଏ ତେବେ ତାହା ଆହୁରି ଅଧିକ ମହତ୍ୱପୂର୍ଣ୍ଣ ହୋଇଥାଏ । ପ୍ରୟାଗରାଜରେ ମୁଣ୍ଡନ କରିବା ଶ୍ରେଷ୍ଠ ଫଳଦାୟୀ ବୋଲି କୁହାଯାଇଛି । ମତ୍ସ୍ୟ ପୁରାଣରେ ପ୍ରୟାଗରାଜରେ ମୁଣ୍ଡନ ପରେ ସଂଗମ ସ୍ନାନ କରାଯିବା ଦରକାର ବୋଲି କୁହାଯାଇଛି । ସ୍କନ୍ଦ ପୁରାଣର କାଶୀ ଖଣ୍ଡରେ ବି ପ୍ରୟାଗରାଜରେ ମୁଣ୍ଡନର ମାହାତ୍ମ୍ୟ କଥା ଉଲ୍ଲେଖ କରାଯାଇଛି ।
Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ଆସ୍ଥା ଉପରେ ଆଧାରିତ । ଏହାର କୌଣସି ବି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ 7.କମ୍ କୌଣସି କଥାର ସତ୍ୟତାର ପ୍ରମାଣ ଦେଉ ନାହିଁ ।)