ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମହାକାଶରେ ଆଉ ଏକ ସୂର୍ଯ୍ୟ, ପୃଥିବୀ ପାଇଁ ବଡ ବିପଦ ! ଜାଣନ୍ତୁ କ’ଣ କାରଣ…

13/12/2021 at 9:30 AM

ନୂଆଦିଲ୍ଲୀ ୧୩/୧୨: ନୂଆ ଗବେଷଣାରେ ସାଙ୍ଘାତିକ ତଥ୍ୟ । ମହାକାସରେ ଆଉ ଏକ ସୂର୍ଯ୍ୟ ।  ଚୁମ୍ବକୀୟ ପ୍ଲାଜମାର ଭୟଙ୍କର ବିସ୍ଫୋରଣ କରିଛି ନୂଆ ସୂର୍ଯ୍ୟ ।  ଯାହା ଅନ୍ୟ ନକ୍ଷତ୍ର ଓ ତାରା ତୁଳନାରେ ୧୦ ଗୁଣ ଅଧିକ ।

କୋଲରାଡୋ ବିଶ୍ୱବିଦ୍ୟାଳୟକ ବୈଜ୍ଞାନିକ ୟୁଟା ନୋଟସୁଙ୍କ କହିବାନୁସାରେ, ଏକ୍ ଡ୍ରାକୋନିସ୍ ନାମକ ତାରା ଭୟଙ୍କର ବିସ୍ଫୋରଣ ଘଟାଇଛି । ନକ୍ଷତ୍ରଟି ୧୦ କୋଟି ବର୍ଷ ପୁରୁଣା । ୪.୫ ବିଲିୟନ ବର୍ଷ ପୂର୍ବରୁ ଏହା ପୃଥିବୀ ଭଳି ଦେଖାଯାଉଥିଲା ।

ଗବେଷଣାରେ ଆହୁରି କୁହାଯାଉଛି ଯେ, ସୂର୍ଯ୍ୟ କୋରନଲ ମାସ୍ ଇଞ୍ଜେକ୍ସନ ନାମକ ଏକ ଗ୍ୟାସ୍ ନିର୍ଗମନ କରିବାରେ ସକ୍ଷମ । ଯାହା କୌଣସି ବିସ୍ଫୋରଣରୁ ଅଧିକ ହୋଇଥାଏ । ଏହି ଗ୍ୟାସ୍ ନିର୍ଗମନ କମ୍ ହେଲେ ଚୁମ୍ବକୀୟ ଝଡ ସୃଷ୍ଟି ହୋଇଥାଏ । ଯାହା ବିଭିନ୍ନ ସାଟେଲାଇଟକୁ କ୍ଷତି ପହଁଚାଇପାରେ । ଏଥିରୁ ସୃଷ୍ଟି ବିକିରଣ ମାଇଲ୍ ମାଇଲ୍ ଦୂର ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ । ଏପରିକି ପୃଥିବୀ ଓ ମାନବ ଗୁରୁତର ପ୍ରଭାବ ପକାଇବାର ସମ୍ଭାବନା ରହିଛି ।  ଏକ୍ ଡ୍ରାକୋନିସ୍ ମଧ୍ୟ ଏପରି ବିସ୍ଫୋରଣ ଘଟାଇଛି । ଏହାସହ କୋରନଲ ମାସ୍ ଇଞ୍ଜେକ୍ସନ ନିର୍ଗମନ କରିଛି ।

ଗବେଷକଙ୍କ କହିବାନୁସାରେ, ୨୦୧୯ରେ ସେମାନେ ଏନେଇ ପୂର୍ବାନୁମାନ କରିଥିଲେ । ସୂର୍ଯ୍ୟ ଭଳି ଦେଖାଯାଉଥିବା ଏହି ନକ୍ଷତ୍ର ବିଦ୍ୟୁତ ଚୁମ୍ବକୀୟ ବିସ୍ଫୋରଣ କରିବାରେ ସକ୍ଷମ ବୋଲି ସେମାନେ କହିଥିଲେ । ଏହି ନକ୍ଷତ୍ର ଗୁଡିକ ପ୍ରତି ସପ୍ତାହରେ ଏହି ଗ୍ୟାସ୍ ନିର୍ଗମନ ବା ସୁପର ପ୍ଲେୟର ସୃଷ୍ଟି କରନ୍ତି ବୋଲି ସେମାନେ କହିଛନ୍ତି ।

   Related Posts