ଦୀପାବଳି ଅବସରରେ ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ

Published By : Prameya-News7 Bureau | October 25, 2022 IST

ଚାନ୍ଦବାଲି ୨୫/୧୦: ପବିତ୍ର ଦୀପାବଳି ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ । ଏଥିପାଇଁ ଦିନତମାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି ।

ଭୋର ୪ଟାରେ ଦ୍ୱାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ ସରିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା । ସକାଳ ୯ଟାରେ ପହଡଖିଆ ନୀତି । ଦିବା ୧ଟାରେ ବଡ ନୀତିଭୋଗ ଅପରାହ୍ଣ ୪ଟାରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇ ଦୀପାବଳୀ ନୀତି ଅନୁଷ୍ଠିତ ହେଉଥିଲା ।

ରାତ୍ର ୮ଟାରେ ମହାଦୀପ ପ୍ରସ୍ତୁତି ସହ ଗୁପ୍ତ ଷୋଡଶରେ ଉପଚାରରେ ପୂଜା କରାଯାଇ ରାତ୍ର ୯ଟାରେ ମନ୍ଦିର ଚୂଡାରେ ସ୍ଥାପନ ହେଉଥିଲା ମହାଦୀପ । ଏଥିପାଇଁ ମନ୍ଦିର ଭିତରେ ଓ ବାହାରେ ମନ୍ଦିର ପ୍ରଶାସନ ପକ୍ଷରୁ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.