scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାଭାରତର ମହାପାପୀ; ବାଧ୍ୟ ବାଧକତାରେ କରିଥିଲେ ଅନେକ ପାପ

26/11/2023 at 3:50 PM

ନୂଆଦିଲ୍ଲୀ ୨୬।୧୧; ଧର୍ମ ଯୁଦ୍ଧ ମହାଭାରତ । କିନ୍ତୁ ଜ୍ଞାତ ଅଜ୍ଞାତରେ ମହାପାପର ଭାଗୀ ହୋଇଛନ୍ତି ଅନେକ ଶ୍ରେଷ୍ଠ ଯୋଦ୍ଧା । ଏହି ଯୋଦ୍ଧାମାନେ ବାଧ୍ୟବାଧକତାରେ କରିଛନ୍ତି ଅନେକ ପାପ । ପ୍ରଥମରେ ଅଛନ୍ତି  ପିତାମହ ଭୀଷ୍ମ । ସେ ଅମ୍ବା,ଅମ୍ବିକା ଏବଂ ଅମ୍ବାଲିକାଙ୍କୁ ସ୍ବୟମ୍ବରରୁ ଅପହରଣ କରିଥିଲେ ।

ଏହାସହିତ ଦୌପଦୀଙ୍କ ବସ୍ତ୍ରହରଣ ସମୟରେ ନୀରବ ରହିବା ଏବଂ ନିଜ ମୃତ୍ୟୁର ରହସ୍ୟ ପାଣ୍ଡବଙ୍କୁ କହି ମହାପାପ କରିଥିଲେ । ଏହାପଛକୁ ଅଛନ୍ତି ଆଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟ । ତାଙ୍କ ଉପରେ ଦୌପଦୀଙ୍କ ବସ୍ତ୍ରହରଣ ସମୟରେ ନୀରବ ରହିବା, ଏକଲବ୍ୟଙ୍କ ଠାରୁ ଆଙ୍ଗୁଠି ଗୁରୁଦକ୍ଷିଣା ଆଣିବା ଏବଂ ପୁତ୍ର ମୋହ ଯୋଗୁଁ ଲାଗିଥିଲା ମହାପାପ ।

ସେହିପରି ଧର୍ମରାଜ ଯୁଦ୍ଧିଷ୍ଠିରଙ୍କ ଉପରେ ଏକମାତ୍ର ପାପ ଲାଗିଥିଲା । କୁରୁକ୍ଷେତ୍ରରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଅଶ୍ବଥ୍ଥମାଙ୍କ ବଦ୍ଦକୁ ନେଇ ମିଛ ଖବର ଦେଇ ସେ ହୋଇଥିଲେ ପାପର ଭାଗିଦାର । ଆଉ ଏହି କାରଣରୁ ହିଁ ଯୁଦ୍ଧିଷ୍ଠିରଙ୍କୁ କିଛି ସମୟ ପାଇଁ ନର୍କରେ ରହିବାକୁ ପଡିଥିଲା । ଶେଷରେ ଅଛନ୍ତି ଗୁରୁ ଦ୍ରୋଣଙ୍କର ପୁତ୍ର ଅଶ୍ବସ୍ଥମା ।

 ସେ ପାଣ୍ଡବଙ୍କ ୫ ପୁଅଙ୍କୁ ହତ୍ୟା, ଅଭିମନ୍ୟୁଙ୍କ ପତ୍ନୀଙ୍କ ଗର୍ଭକୁ ବ୍ରହ୍ମାସ୍ତ୍ର ମାରିବା ଏବଂ ନିଜ ପିତାଙ୍କ ଶିକ୍ଷାକୁ ସନ୍ଦେହ କରିବା ପରି ପାପ କର୍ମରେ ଯୋଡି ହୋଇଥିଲେ । କୁହାଯାଏ କି ଏହି କାରଣରୁ ଏବେ ବି ମୃତ୍ୟୁଲୋକରେ ଶାପିତ ଜୀବନ ବଞ୍ଚୁଛନ୍ତି ଅଶ୍ବସ୍ଥମା ।

You Can Read:

   Related Posts