ସ୍ବାମୀଙ୍କ ଯୋଗୁଁ ୩ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହାଭାରତର ଦ୍ରୌପଦୀ

Published By : Prameya-News7 Bureau | November 25, 2019 IST

ମୁମ୍ବାଇ୨୫|୧୧: ମହାଭାରତ ଧାରାବାହିକ ପ୍ରସାରଣ ପାଖାପାଖି ଗତ ୩୦ ପୂର୍ବରୁ ଦୂରଦର୍ଶନରେ ଆରମ୍ଭ ହୋଇଥିଲା। ସେହି ସମୟରେ ଏହି ଦାରାବାହିକ ବେଶ ଚର୍ଚ୍ଚାରେ ଥିଲା। ପ୍ରତି ସପ୍ତାହ ରବିବାର ଦିନ ମହାଭାରତ ପ୍ରସାରଣ ହେଉଥିଲା। ଘରେ ଘରେ ମହାଭାରତର କଳାକାର ପରିଚିତ ଥିଲେ।

{"id":189657,"width":583,"height":365,"sizeSlug":"large"}

ଯୁଧିଷ୍ଠିର, ଦୁର୍ଯ୍ୟୋଧନ, ଦ୍ରୌପଦୀ ଏମାନଙ୍କର ଚରିତ୍ର ଖୁବ ଖାସ ଥିଲା। ତେବେ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଦ୍ରୌପଦୀଙ୍କ ଭୂମିକାରେ ଅଭିନେତ୍ରୀ ରୂପା ଗାଙ୍ଗୁଲୀ ଅଭିନୟ କରିଥିଲେ।

{"id":189658,"sizeSlug":"large"}

ଏବେ ରୂପା ଗାଙ୍ଗୁଲୀଙ୍କ ବୟସ ହେଉଛି ୫୩ ବର୍ଷ। ଆଜି ରୂପାଙ୍କର ଜନ୍ମଦିନ। ୧୯୬୬ ମସିହା ନଭେମ୍ବର ମାସ ୨୫ ତାରିଖରେ ରୂପାଙ୍କ ଜନ୍ମ କୋଲକାତାରେ ହୋଇଥିଲା। ରୂପା ପରଦାରେ ଏକ ବେଙ୍ଗଲୀ ଧାରାବାହିକ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏହି ଧାରାବାହିକର ନାଁ ହେଉଛି ମୁକ୍ତବନ୍ଧ।

{"id":189659,"sizeSlug":"large"}

୧୯୮୬ ମସିହାରେ ଦୂରଦର୍ଶନ ଚ୍ୟାନେଲରେ ଏକ ଟିଭି ସିରିଏଲ ଗଣଦେବତାରେ ଅଭିନୟ କରି ହିନ୍ଦି ଜଗତରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ସେ। ନିକଟରେ ଏକ ସାକ୍ଷାତାକାର ବେଳେ ମହାଭାରତର ସଫଳତା ବିଷୟରେ କହି ରୂପା ଅନେକ କଥା କହିଥିଲେ।

{"id":189660,"sizeSlug":"large"}

ସେ କହିଥିଲେ ଯେ, ମହାଭାରତ ଧାରାବାହିକରେ ଅଭିନୟ କରିବା ପରେ ତାଙ୍କୁ ନିଜ ଜୀବନରେ ସବୁଠୁ ବଡ ଝଟ୍‌କା ଲାଗିଥିଲା। ନିଜ କ୍ୟାରିଅରର ୨୪ ବର୍ଷ ମଧ୍ୟରେ ସେ କାହାକୁ କାମ ମାଗିନଥିଲେ। ୧୯୯୨ ମସିହାରେ ରୂପା ଜଣେ ମେକାନିକାଲ ଇଞ୍ଜିନିୟର ଧ୍ରୁବ ମୁଖର୍ଜିଙ୍କୁ ବିବାହ କରିଥିଲେ।

{"id":189661,"sizeSlug":"large"}

 ବିବାହର ୧୪ ବର୍ଷ ପରେ ୨୦୦୭ ମସିହାରେ ସ୍ବାମୀ-ସ୍ତ୍ରୀ ପରସ୍ପରଙ୍କଠାରୁ ଅଲଗା ରହିବାକୁ ଲାଗିଲେ। ଶେଷରେ ୨୦୦୯ ମସିହାରେ ରୂପା ଓ ଧ୍ରୁବଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏହି ବିବାହ ନେଇ ରୂପା ଏକ ଶୋ’ରେ ମଧ୍ୟ କହିଥିଲେ। ସେ ତାଙ୍କ ବୈବାହିକ ଜୀବନରେ ଖୁସି ନଥିଲେ।

{"id":189662,"sizeSlug":"large"}

ପ୍ରତିଦିନର ଝଗଡାରୁ ସେ ବିରକ୍ତ ହୋଇ ଏହି ବିବାହ ଭାଙ୍ଗିବାର ନିଷ୍ପତ୍ତି ନେଇଥିଲେ। ରୂପା ଏହି କାରଣରୁ ୩ଥର ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏଥିପାଇଁ ସେ ନିଜ ପୁଅ ସହ କୋଲକାତାରୁ ମୁମ୍ବାଇ ସିଫ୍ଟ ହୋଇଥିଲେ। ୨୦୧୫ ମସିହାରେ ରୂପା ବିଜେପିରେ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.