ଫେରିଲା ମହାବଳ : ଖାଇଲା ଗାଈର କଲିଜା, ରବିବାର କରିଥିଲା ଶିକାର

Published By : Prameya-News7 Bureau | January 17, 2022 IST

ନୂଆପଡା, ୧୭/୦୧:  ରବିବାର କରିଥିବା ଶିକାର । ସୋମବାର ଖାଇଲା କଲିଜା । ନୂଆପଡା ଜିଲ୍ଲା କୁଟେଙ୍ଗାପଡାରେ ଶିକାର କରିଥିବା ଗାଈର କଲିଜା ଖାଇଛି ମହାବଳ ।

ନୂଆପଡାରେ ପୁଣି ବାଘ ଆତଙ୍କ । ରବିବାର ଏକ ମହାବଳ ବାଘ ଧରମବନ୍ଧା ଓ ତୋର୍ରା ଗାଁ ମଧ୍ୟସ୍ଥ କୁଟରେଙ୍ଗାପଡ଼ାର ଅଗିନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଗାଈକୁ ଟାଣି ନେଇଥିଲା । ଲୋକେ ପାଟି କରିବାରୁ ସେ ଗାଈକୁ ମାରି ଚାଲି ଯାଇଥିଲା । ତେବେ ମାରିଥିବା ଗାଈକୁ ଖାଇବା ପାଇଁ ପୁଣି ଆସିଛି ବାଘ ।

 ବାଘଟି ଗାଈର ପେଟ ଫାଡି କଲିଜା ଖାଇଥିବା ଦେଖିବାକୁ ମିଳିଛି । ଏନେଇ ଧରମବନ୍ଧା ଫରେଷ୍ଟର ସୂଚନା ଦେଇଛନ୍ତି  । ଯାହାକୁ ନେଇ କୁଟରେଙ୍ଗାପଡା ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବାଘର ଗତିବିଧି ଜାଣିବାକୁ ବନ ବିଭାଗ କ୍ୟାମେରା ଲଗାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.