ମହାଶିବରାତ୍ରି ପାଇଁ ସଜେଇ ହେଉଛି ଏକାମ୍ର କ୍ଷେତ୍ର, ଟ୍ରାଫିକ୍ ନିୟନ୍ତ୍ରଣ ରୋଡ୍ ମ୍ୟାପ୍ ଜାରି କଲା କମିଶନରେଟ୍ ପୋଲିସ

Published By : Prameya-News7 Bureau | February 20, 2020 IST

ଭୁବନେଶ୍ବର ୨୦।୨: ଆସନ୍ତାକାଲି ମହାଶିବରାତ୍ରି । ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ଚାଲିଛି ସାଜସଜ୍ଜା । ପ୍ରାୟ ୧୦ ଲକ୍ଷ ଟଙ୍କାର ଫୁଲରେ ଲିଙ୍ଗରାଜ ମନ୍ଦିରକୁ ସଜାଯାଉଛି । ଗୋଲାପ, ଗେଣ୍ଡୁ ରଜନିଗନ୍ଧା, ଜରବେରା, ଅର୍କିଡ, ଷ୍ଟାର ଆଦି ଫୁଲରେ ସଜେଇବ ଭୁବନେଶ୍ବର ଫ୍ଲୋରିଷ୍ଟ ଆସୋସିଏସନ । ଯେଉଁଥିପାଇଁ ଟଙ୍କାଟିଏ ବି ନେବନି ଆସୋସିଏସନ୍ ।

{"id":226583,"sizeSlug":"large"}

ସେପଟେ ଶିବରାତ୍ରିରେ ଭଜନ ପରିବେଷଣ ପାଇଁ ବଲିଉଡ୍ ପ୍ରସିଦ୍ଧ କଣ୍ଠଶିଳ୍ପୀ ବାପି ଲେହେରୀ ଭୁବନେଶ୍ବର ଆସୁଛନ୍ତି ବୋଲି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଛନ୍ତି ।

{"id":226584,"sizeSlug":"large"}

ଅନ୍ୟପଟେ ଜାଗର ପାଇଁ ଲିଙ୍ଗରାଜ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି । ରଥ ରୋଡରୁ ଆସୁଥିବା ୨ ଚକିଆ ଯାନ ବଢେଇବାଙ୍କ ଦେଇ SM ଓ BM ହାଇସ୍କୁଲ ପଡିଆରେ ପାର୍କିଂ ହେବ । ମାଉସୀମା ପାର୍ଶ୍ବରୁ ଆସୁଥିବା ୪ ଚକିଆ ଯାନ କେଦାରଗୌରୀ ମନ୍ଦିରର ଉଭୟ ପାର୍ଶ୍ବରେ ପାର୍କିଂ କରାଯିବ ।

{"id":226585,"sizeSlug":"large"}

ରବି ଟକିଜ୍ ଆଡୁ ଆସୁଥିବା ସବୁ ଗାଡି ମଧ୍ୟ ସେହି ସ୍ଥାନରେ ପାର୍କିଂ ହେବ । ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଆସିଥିବା ଗାଡି ବିଏମସି ମାର୍କେଟ୍ କମ୍ପ୍ଲେକ୍ସ ପାଖରେ ପାର୍କିଂ କରିବେ । ସେହିପରି ପୂର୍ଣ୍ଣମା ଗେଟ୍ ପଟୁ ଆସୁଥିବା ସମସ୍ତ ୪ ଚକିଆ ଗାଡିକୁ ଜାମ୍ବେଶ୍ବର ପାଟଣା ଛକରୁ ବଢେଇବାଙ୍କ ଆଡକୁ ଛଡା ଯିବ ନାହିଁ । ସେହି ଗାଡିଗୁଡିକ ଆରଆଇ ଅଫିସ ପାଖରେ ପାର୍କିଂ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.