Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଜି ମହାଷଷ୍ଠୀ ପୂଜା ; ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା

15/10/2018 at 11:06 AM

ଭୁବନେଶ୍ବର ୧୫|୧୦: ଆଜି ମହାଷଷ୍ଠୀ । ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ଶାରଦୀୟ ଦୁର୍ଗା ପୂଜାରେ ଆଜି ମା’ଙ୍କର ବିଲ୍ବବରଣ ପୂଜା। ବୈଦିକ ମନ୍ତ୍ରପାଠ ଓ ଯଥାରିତି ପୂଜାର୍ଚ୍ଚନା ସହିତ ମା’ ଜଗତଜନନୀଙ୍କୁ ଆବାହନ କରାଯାଏ। ବିଲ୍ବବରଣ ନୀତି ପରେ ମା’ ଦୁର୍ଗତିନାଶିନୀ ଦୁର୍ଗା ସୁସଜ୍ଜିତ ପୂଜା ମଣ୍ଡପରେ ବିଜେ କରନ୍ତି । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି  ଢୋଲବାଦ୍ୟରେ ମା’ଙ୍କୁ ଆବାହନ କରାଯାଏ ।  ମହାସପ୍ତମୀ ଦିନ ମାଙ୍କର ମୃଣ୍ମୟୀ ମୂର୍ତ୍ତି  ଓ ଘଟ ସ୍ଥାପିତ ହୁଏ । ମହାଷ୍ଟମୀ ଦିନ ପୂଜା ଓ ବଳିଦାନ କରାଯାଏ। ନବମୀରେ ଦେବୀଙ୍କଠାରେ ଚଣ୍ଡୀପାଠ କରାଯାଏ । ଦଶମୀ ଦିନ ମହାସମାରୋହରେ ମୃଣ୍ମୟୀ  ଦେବୀଙ୍କ ପ୍ରତିମା ଓ ଘଟ ବିସର୍ଜନ କରାଯାଏ। ଦଶହରାକୁ ନେଇ ଚଳଚଞ୍ଚଳ ସାରା ରାଜ୍ୟ। ମାଙ୍କ ଆଗମନ ପାଇଁ ଚାରିଆଡ଼ ସଜେଇ ହେଲାଣି।  ଆଖି ଝଲସିଆ ତୋରଣରେ ଝଲସୁଛି ପୂଜା ମଣ୍ଡପ ।  ବିଶେଷ କରି କଟକ  ଓ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଭାଗରେ ଦେବୀଙ୍କ ଆଗମନ ପାଇଁ ମହା ଆଡ଼ମ୍ବର ଆୟୋଜନ କରାଯାଇଛି।  ଆଜି ରାଜ୍ୟର ପ୍ରମୁଖ ଶକ୍ତିପାଠ ଗୁଡିକରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ।

   Related Posts