ଫିଲିପିନ୍ସରେ ବିନାଶକାରୀ ଭୂମିକମ୍ପ; ୬.୭ ତୀବ୍ର ଝଟ୍‌କାରେ ଥରିଲା ସହର, ଭାଙ୍ଗିଲା ଘରଦ୍ୱାର, ଜଣେ ମୃତ,୧୮ରୁ ଅଧିକ ଆହତ

Published By : Prameya-News7 Bureau | November 17, 2023 IST

ନୂଆଦିଲ୍ଲୀ: ଶୁକ୍ରବାର ଫିଲିପିନ୍ସର ଭୟଙ୍କର ଭୂମିକମ୍ପ ହୋଇଛି। ଦକ୍ଷିଣ ଫିଲିପିନ୍ସର ମିଣ୍ଡାନାଓରେ ଦ୍ୱୀପରେ ୬.୭ ତୀବ୍ରତାର ଝଟ୍‌କା ଅନୁଭୂତ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଏକାଧିକ ଆହତ ହୋଇଛନ୍ତି। ଘରଦ୍ୱାର ଭାଙ୍ଗିଯାଇଥିବା ପ୍ରଥାମିକ ରିପୋର୍ଟରୁ ସୂଚନା ମିଳିଛି। ଭୂମିକମ୍ପରେ ଗଭୀରତା ୬୦ କିମି ରହିଥିବା ଜର୍ମାନ ରିସର୍ଚ ସେଣ୍ଟର ଫର ଜିଓ ସାଇନ୍ସ(ଜିଏଫ୍‌ଜେଡ୍‌) ସୂଚନା ଦେଇଛି।  

ଭୂମିକମ୍ପର କେନ୍ଦ୍ର ସ୍ଥଳ ନିକଟସ୍ଥ ଉପକୂଳ ସହର ଗ୍ଲାନ୍‌ରେ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଆଞ୍ଜେଲ୍ ଡୁଗାଡୁଗା ଭୂମିକମ୍ପ ସମ୍ପର୍କରେ ସୂଚନା ଦେଇଛନ୍ତି। ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୮ ଜଣ ଆହତ ହୋଇଛନ୍ତି। ସହରରେ ଥିବା ମ୍ୟୁନିସିପାଲଟି ଅଫିସ, ଜିମ୍ ସେଣ୍ଟର ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ ସୁନାମୀ ଆସିବାର କୌଣସି ଆଶଙ୍କା ନାହିଁ ବୋଲି ଫିଲିପିନ୍ସ ଭୂମିକମ୍ପ ବିଜ୍ଞାନ ଏଜେନ୍ସି ଫିଭଲକ୍ସ(PHIVOLCS) ସୂଚନା ଦେଇଛି।

ପଢ଼ନ୍ତୁ-ମେସିନ୍‌ ଉପରେ ଭୁଶୁଡ଼ିଲା ମାଟି ଅତଡ଼ା, ପୁଣି ବାଧାପ୍ରାପ୍ତ ହେଲା ଉଦ୍ଧାରକାର୍ଯ୍ୟ

ସୂଚନା ଥାଉକି, ଫିଲିପିନ୍ସରେ ଭୂମିକମ୍ପ ହେବା ସାଧାରଣ କଥା। କାରଣ ଏହି ଦେଶ ଭୂମିକମ୍ପ ସମ୍ଭାବ୍ୟ କ୍ଷେତ୍ର ରିଙ୍ଗ ଅଫ୍ ଫାୟାର(ଆଗ୍ନେୟଗିରି ବେଲ୍ଟ)ରେ ଅବସ୍ଥିତ। ଏହା ପ୍ରଶାନ୍ତ ମହାସାଗର ଚାରିପାଖରେ ଘେରି ରହିଥିବା ଆଗ୍ନେୟଗିରିର ଏକ ବେଲ୍ଟ। ଯାହା ଭୂମିକମ୍ପ ଗତିବିଧିର ଅଧିକ ସମ୍ଭାବନା ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.