ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28/01/2023 at 8:15 AM

କୋଣାର୍କ ୨୮।୦୧ : ଆଜି ମାଘ ସପ୍ତମୀରେ ବଡି ଭୋରରୁ କୋଣାର୍କ ଚନ୍ଦ୍ରଭାଗାରେ ମାଘ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ । ଦୁଇ ବର୍ଷ ପରେ ଏକତ୍ରିତ ହେଲେ ହଜାର ହଜାର ଭକ୍ତ ।
ମାହେନ୍ଦ୍ର ବେଳାରେ ତିନି ଠାକୁରଙ୍କୁ ଚନ୍ଦ୍ରଭାଗା ତୀର୍ଥକୁ ଶୋଭାଯାତ୍ରାରେ ଅଣାଯାଇଥିଲା । ମାଧିପୁର ଗ୍ରାମର ଶ୍ରୀଶ୍ରୀ ତ୍ରିବେଣୀଶ୍ବର,ସନ୍ଥପୁର ଗ୍ରାମର ଶ୍ରୀ ଶ୍ରୀ ଐଶାନେଶ୍ବର,କୁରୁଜଙ୍ଗ ଗ୍ରାମର ଶ୍ରୀ ଶ୍ରୀ ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା କୁ ବିମାନରେ ବିଜେ କରି ତୀର୍ଥ ପୁଷ୍କରଣୀ ନିକଟକୁ ଅଣାଯାଇଥିଲା । ରାତି ୪ଟାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଂଚିଥିଲେ। ତିନି ଠାକୁରଙ୍କ ସ୍ନାନ ସରିବା ପରେ ଶ୍ରଦ୍ଧାଳୁମାନେ ସ୍ନାନ କରିଛନ୍ତି । ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି ।