ମାଡୁଛି କରୋନା : ସଂକ୍ରମିତଙ୍କ ସଂଖ୍ୟା ୧୫୩ ଛୁଇଁଲା, ଦେଶ ବାହାରେ ୨୭୬ ଭାରତୀୟ ଆକ୍ରାନ୍ତ, ଷ୍ଟକ ବଜାରରେ ଘାଟା ଜାରି

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୦୩ :  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୩ରେ ପହଞ୍ଚିଛି । ନୋଏଡ଼ାରେ ଗୋଟିଏ ଏବଂ ବେଙ୍ଗଳୁରୁରେ ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି । ସେପଟେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଜଣେ ରେସିଡେଣ୍ଟ ଡାକ୍ତର ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ଦେଶ ବାହାରେ ୨୭୬ ଜଣ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଆଜି ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି । ସେପଟେ କରୋନା ଭୟ ଦିନକୁ ଦିନ ବଢୁଥିବାରୁ ସେୟାର ବଜାରରେ ଆଜି ବଡ଼ ଧରଣର କ୍ଷତି ସହିଛନ୍ତି ନିବେଶକ ।

{"id":240492,"sizeSlug":"large"}

ଦେଢ଼ଶହରୁ ଅଧିକ ଆକ୍ରାନ୍ତ ହେଲେଣି । ଆଜି ୟୁପିର ନୋଏଡ଼ାରେ ଜଣେ ଇଣ୍ଡୋନେସିଆ ଫେରନ୍ତା ନାଗରିକଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ବେଙ୍ଗଲୁରୁରେ ଆଉ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।ବେଙ୍ଗଳୁରୁର ଆଇଟି ହବ୍ ଏବେ ଏତେ ଶୂନ୍‌ଶାନ୍ ହୋଇଯାଇଛି ଯେ ଏହାକୁ ଘୋଷ୍ଟ ଟାଉନ୍ ବୋଲି କୁହାଗଲାଣି ।

{"id":240493,"sizeSlug":"large"}

ତେଲେଙ୍ଗାନାରେ ମଧ୍ୟ ଆଜି ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଲକ୍ଷ୍ନୌରେ କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରୁଥିବା ଜଣେ ରେସିଡେଣ୍ଟ ଡକ୍ଟର ଏଥିରେ ଆକ୍ରାନ୍ତ ହେବାରୁ ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଭାରତରେ କରୋନାର କମ୍ୟୁନିଟି ଟ୍ରାନ୍ସଫର୍‌ ଆରମ୍ଭ ହୋଇନଥିବାରୁ ଏହାକୁ ନେଇ ଭୟଭୀତ ହେବାର ଆଶଙ୍କା ନାହିଁ ବୋଲି ଆଇସିଏମ୍‌ଆର୍‌ ଡିଜି ବଳରାମ ଭାର୍ଗବ କହିଛନ୍ତି ।

{"id":240494,"sizeSlug":"large"}

ଭାରତ ବାହାରେ କିନ୍ତୁ ୨୭୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୫ ଜଣ ଇରାନରେ, ୧୨ ଜଣ ୟୁଏଇରେ ଏବଂ ୫ ଜଣ ଇଟାଲୀରେ ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ଲୋକସଭାରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍‌ ସୂଚନା ଦେଇଛନ୍ତି । କରୋନା ଭାଇରସ୍ ଚିହ୍ନଟ ପାଇଁ ଦେଶରେ ୫୨ଟି ଲାବରୋଟୋରୀ ପ୍ରତିଷ୍ଠା ହୋଇଥିବା ବେଳେ ଘରୋଇ ଲାବୋରଟରୀ ରୋଚେ ଡାଇଗ୍ନୋଷ୍ଟିକ୍‌କୁ ଟେଷ୍ଟିଂ କରିବାର ଅନୁମତି ମିଳିଛି । ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଥିବାରୁ ସେଠାରେ ଆଉ ୭ଟି ଲାବରୋଟୋରୀ ପ୍ରତିଷ୍ଠା ହେବ ।

{"id":240495,"sizeSlug":"large"}

କରୋନା ଆଶଙ୍କାରେ ଜାମ୍ମୁ କାଶ୍ମୀର ସରକାର ବୈଷ୍ଣୋଦେବୀ ଯାତ୍ରାକୁ ବନ୍ଦ କରିଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ସାଉଦି ଆରବ ଗସ୍ତରୁ ଫେରି ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି ।

{"id":240496,"sizeSlug":"large"}

ସେନବାହିନୀରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଲେହରେ ଜଣେ ୩୪ ବର୍ଷୀୟ ଯବାନଙ୍କ ଠାରେ ପଜିଟିଭ୍ ଚିହ୍ନଟ ହୋଇଛି । କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ସେନାବାହିନୀ ପାଇଁ ଆଜିଠୁ ସ୍ବତନ୍ତ୍ର ନିୟମାବଳୀ କରାଯାଇଛି ।

{"id":240497,"sizeSlug":"large"}

କରୋନା ଭୟରେ ଷ୍ଟକ୍ ମାର୍କେଟ୍‌ରେ ଆଜି ପୁଣି ନିବେଶକଙ୍କର ବଡ଼ ଧରଣର  କ୍ଷତି ହୋଇଛି । ବିଏସ୍‌ଇ ସେନସେକ୍ସ ୨୯ ହଜାର ପଏଣ୍ଟ ତଳକୁ ଖସିଆସିଛି । ଆଜି ସେନ୍‌ସେକ୍ସ ୧୭୧୦ ପଏଣ୍ଟ ହ୍ରାସ ପାଇ ୨୮ ହଜାର ୮୭୦ରେ କାରବାର ବନ୍ଦ ହୋଇଛି । ଏନ୍‌ଏସ୍‌ଇ ୪୯୮ ପଏଣ୍ଟ ହ୍ରାସ ପାଇଛି । ଆଗକୁ କରୋନାର ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞ କହିଛନ୍ତି ।

{"id":240498,"sizeSlug":"large"}

ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଶହ ଛୁଇଁବାକୁ ବସିଛି । ଦିନକରେ ଏହି ସଂଖ୍ୟା ଦୁଇ ଗୁଣାରୁ ଅଧିକ ହୋଇଛି । ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏଥିପାଇଁ ସହରାଞ୍ଚଳରେ ଦୋକାନ ବଜାର ବନ୍ଦ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ।

{"id":240499,"sizeSlug":"large"}

ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୨୫୦୦ ଟପିଛି । ଆମେରିକାର ସବୁ ରାଜ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

{"id":240500,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.