ଆଉ ପିଞ୍ଜରାରେ ଆବଦ୍ଧ ଶୁଆ ହୋଇ ରହିପାରିବେନି CBI, ସରକାରଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ CAG ଓ EC ଙ୍କ ଭଳି ସ୍ୱତନ୍ତ୍ର ସଂସ୍ଥା ହେଉ

Published By : Prameya-News7 Bureau | August 18, 2021 IST

ମଦୁରାଇ ୧୮।୮: ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ବୁଧବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)କୁ ସ୍ୱାଧୀନ ସଂସ୍ଥାରେ ରୂପାନ୍ତରିତ କରିବା ଲାଗି ଗୁରୁତ୍ୱାରୋପ କରିଛନ୍ତି। ପୀଠ ତାଙ୍କ ରାୟରେ ସିବିଆଇଙ୍କୁ ଭାରତୀୟ ନିର୍ବାଚନ ଆୟୋଗ (ଇସି) ଓ ମହାଲେଖା ଅଧିକାରୀ (ସିଏଜି) ଙ୍କ ଭଳି ସ୍ୱତନ୍ତ୍ର ରହିବା ଦରକାର ବୋଲି କହିଛନ୍ତି। ହାଇକୋର୍ଟଙ୍କ ଜଷ୍ଟିସ୍ ଏନ୍.କିରୁବାକରଣ ଓ ଜଷ୍ଟିସ୍‌ ବି.ପୁଗଲେନ୍ଧୀଙ୍କ ପୀଠ ଏକ ଆବେଦନର ଶୁଣାଣିରେ ଏହା କହିଛନ୍ତି।

{"id":497885,"width":837,"height":552,"sizeSlug":"full","linkDestination":"none"}

ଯେବେବି ଯେଉଁଠି କୌଣସି ପ୍ରକାରର ସମ୍ବେଦନଶୀଳ ଅଥବା ଜଘନ୍ୟ ଅପରାଧ ହୁଏ ସେଠାରେ ପୋଲିସ ଉପରେ ଯଦି ତଦନ୍ତର ନିରପେକ୍ଷତା ଆଶା କରାଯାଉନଥାଏ ସେ କ୍ଷତ୍ରରେ ଲୋକେ ମାମଲାର ସିବିଆଇ ତଦନ୍ତ ଦାବି କରନ୍ତି ବୋଲି କହିଛନ୍ତି। ଏଥିରୁ ସିବିଆଇ ପ୍ରତି ଲୋକଙ୍କ କେତେ ଆସ୍ଥା ତାହା ସହଜରେ ଅନୁମାନ କରାଯାଇପାରେ ବୋଲି ଖଣ୍ଡପୀଠ କହିଛନ୍ତି। ଏଣୁ ଏଭଳି ତଦନ୍ତକାରୀ ସଂସ୍ଥାନ ସଂସଦ ପ୍ରତି ଉତ୍ତରଦାୟୀ ରହିବା ଆବଶ୍ୟକ ବୋଲି କହିଛନ୍ତି।

{"id":497886,"width":838,"height":629,"sizeSlug":"full","linkDestination":"none"}

କଥିତ ୩୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ତଦନ୍ତ ଦାବି ସମ୍ପର୍କିତ ଆବେଦନର ଶୁଣାଣି ଅବସରରେ ଖଣ୍ଡପୀଠ କହିଛନ୍ତି ଯେ ବାସ୍ତବିକ୍ ସିବିଆଇ ଏକ ସ୍ୱାଧୀନ ଅନୁଷ୍ଠାନ ହେବା ଆବଶ୍ୟକ। ଯାହାର ନିର୍ଦ୍ଦେଶକଙ୍କୁ ସିଧା ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ରିପୋର୍ଟ କରିପାରୁଥିବାର ଅଧିକାର ମିଳୁଥିବା ଦରକାର। ସେହିପରି ସଂସ୍ଥାନର ସ୍ୱାୟତତା ସୁନିଶ୍ଚିତ କରିବା ଲାଗି ଏହାକୁ ବୈଧାନିକ ମାନ୍ୟତା ମିଳିବା ମଧ୍ୟ ଦରକାର ବୋଲି କହିଛନ୍ତି।

{"id":497887,"width":838,"height":559,"sizeSlug":"full","linkDestination":"none"}

ଏଣୁ ହାଇକୋର୍ଟ ଭାରତ ସରକାରଙ୍କୁ ସିବିଆଇଙ୍କୁ ଅଧିକ ଅଧିକାର ଓ ଶକ୍ତି ଦେବା ଲାଗି ଏକ ପୃଥକ ଅଧିନିୟମ ପ୍ରଣୟନ ଲାଗି ବିଚାରପୂର୍ବକ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେପରି ସଂସ୍ଥାନ କେନ୍ଦ୍ରର ପ୍ରଶାସନିକ ନିୟନ୍ତ୍ରଣ ବିନା କାର୍ଯ୍ୟକାରୀ ସ୍ୱାୟତ୍ତତା ସହ ନିଜର କାର୍ଯ୍ୟ କରିପାରେ ବୋଲି କହିଛନ୍ତି। ତେବେ ଏହା ପୂର୍ବରୁ ୨୦୧୩ ମସିହାରେ ସୁପ୍ରିମକୋର୍ଟ ସିବିଆଇକୁ ପିଞ୍ଜରାବଦ୍ଧ ଶୁଆ ବୋଲି କହିଥିଲେ। ମାଡ୍ରା ହାଇକୋର୍ଟ ଏବ ଶୁଆକୁ ପିଞ୍ଜରାରୁ ମୁକ୍ତ କରିଦିଆଯିବା ଦରକାର ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.