ସବୁ ମନ୍ଦିରକୁ ଭକ୍ତଙ୍କ ମୋବାଇଲ ନେବା ଉପରେ ଲଗାଯାଉ ରୋକ, ତାମିଲନାଡୁ ସରକାରଙ୍କୁ ମାଦ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 02, 2022 IST

ଚେନ୍ନାଇ: ମାଦ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ମନ୍ଦିରକୁ ମୋବାଇଲ ଫୋନ ନେବା ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଜାରି ଖଣ୍ଡପୀଠ ଶୁଦ୍ଧତା ଏବଂ ପବିତ୍ରତା ବଜାୟ ରଖିବା କଥା କହିଛନ୍ତି । କୋର୍ଟ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ରାଜ୍ୟର ସବୁ ମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ ରୋକ ଲଗାଯିବା ଦରକାର ।

ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁର ତିରୁବନ୍ନାମଲାଇରେ ଏକ ମନ୍ଦିର ଭିତରେ ଭଗବାନଙ୍କ ପ୍ରତିମୂର୍ତ୍ତି ଉପରେ ସିସିଟିଭି କ୍ୟାମେରା ଲଗାଇବା ମାମଲା ସାମନାକୁ ଆସିଥିଲା । ଏହାକୁ ନେଇ ବିଜେପି ରାଜ୍ୟରେ କ୍ଷମତାରେ ଥିବା ଡିଏମକେ ସରକାରକୁ ଟାର୍ଗେଟ କିରିଥିଲା । ଡିଏମକେ ମନରେ ହିନ୍ଦୁ-ଦେବାଦେବୀଙ୍କ ପାଇଁ ସମ୍ମାନ ନଥିବା ବିଜେପି ଅଭିଯୋଗ ଆଣିଥିଲା।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ନେଇ ଜଣେ ବ୍ୟକ୍ତିଙ୍କୁ ଗରିଫ କାରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.