ସକାଳେ ପରିବାର ଲୋକେ କଲେ ଅନ୍ତିମ ସତ୍କାର, ସନ୍ଧ୍ୟାରେ ଜୀବନ୍ତ ଭାବେ ଘରେ ପହଞ୍ଚିଲେ ବ୍ୟକ୍ତି

Published By : Prameya-News7 Bureau | December 12, 2020 IST

ଭୋପାଳ ୧୨/୧୨ : ମଧ୍ୟ ପ୍ରଦେଶର ଶୋପୁରରେ ଚକିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ତିମ ସତ୍କାର କରିଥିଲେ । କିନ୍ତୁ ସେହି ବ୍ୟକ୍ତି ସନ୍ଧ୍ୟାବେଳେ ପୁଣି ଘରକୁ ଫେରି ଆସିଥିଲା । ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ହଠାତ ଦେଖିବା ପରେ ପରିବାର ଲୋକଙ୍କର ହୋସ ଉଡିଯାଇଥିଲା । ସମସ୍ତେ କିଛି ସମୟ ପାଇଁ ବିଶ୍ବାସ କରିପାରିଲେ ନାହିଁ ।

{"id":376571,"sizeSlug":"large","linkDestination":"none"}

ଏହି ଘଟଣା ବଡୌଦାର  ମାତାଜୀ ମୋହଲା କ୍ଷେତ୍ରର  ବୋଲି ଜଣାପଡିଛି । ଗୁରୁବାର ସନ୍ଧ୍ୟା  ସମୟରେ ବ୍ରିଜ୍ ଗେଟ୍ କ୍ରେମେଟୋରିୟମ୍ ନିକଟରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଜବତ କରଥିଲା । ତେବେ ପୋଲିସ ମୃତକଙ୍କ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ ଯାହା ଫଳରେ କି ମ୍ୟତ ଦେହଟି କାହାର ତାହା ଚିହ୍ନଟ ହୋଇପାରିବ । ଶୁକ୍ରବାର ସକାଳେ ଭାଇରାଲ ଫଟୋ ଦେଖି ବଡୌଦାର ବଣ୍ଟି ଶର୍ମା ମୃତକଜଣକ ତାଙ୍କ ଭାଇ ଦିଲୀପ ଶୁକ୍ଲା ବୋଲି କହିଥିଲେ ଏବଂ ସେ ଗତ ୫ ଦିନ ହେବ ନିଖୋଜ ଥିଲେ ବୋଲି କହିଥିଲେ ।

ତେବେ ସନ୍ଧ୍ୟାରେ ଶବ ପୋଷ୍ଟମର୍ଟମ୍ ପରେ ଅନ୍ତିମ ସତ୍କାର ପାଇଁ ପରିବାରଲୋକେ ଘରକୁ ଆଣିଥିଲେ । ଏହା ପରେ ଶୁକ୍ରବାର ସକାଳୁ ପରିବାର ଲୋକ ବିଧିବଦ୍ଧଭାବେ ଶବ ସଂସ୍କାର କରିଥିଲେ । କିନ୍ତୁ ସେହିଦିନ ରାତିରେ ଦିଲୀପ ଘରକୁ ଫେରିଥିଲେ । ଯାହାକୁ ଦେଖି କେବଳ ପରିବାର ଲୋକ ନୁହେଁ ଆଖପାଖ ପଡୋଶୀ ମଧ୍ୟ ଚକିତ ହୋଇପଡିଥିଲେ । ଦିଲୀପ ଫେରିଆସିଥିବା ଦେଖି ପରିବାର ଲୋକ ଖୁସି ହୋଇଯାଇଥିଲେ । କିନ୍ତୁ ଘରେ ଅନ୍ୟଜଣକ ଶବ ସତ୍କାର କରିଥିବାରୁ ପୋଲିସ ମାମଲା ଡର ମଧ୍ୟ ଥିଲା ।

{"id":376572,"sizeSlug":"large","linkDestination":"none"}

ଦିଲୀପଙ୍କ ପରିବାର ଲୋକଙ୍କ କହିବା କଥା ଯେ, ଶବ ଘୋଡାଯାଇଥିବା ଏବଂ ଉଭୟଙ୍କ ମୁହଁ ସମାନ ଜଣା ପଡୁଥିବାରୁ ଶବ ଚିହ୍ନିବାରେ ଭୁଲ ହୋଇଯାଇଥିଲା । ତେବେ ସତ୍କାର ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକେ ଦିଲୀପଙ୍କ ଘରେ ପହଞ୍ଚିଛନ୍ତି । ପୋଲିସ କହିଛି ଯେ , ସତ୍କାର ହୋଇଥିବା ବ୍ୟକ୍ତିଙ୍କ ଅସ୍ତି ତାଙ୍କା ପରିଜନଙ୍କୁ ଦିଆଯିବ । ତେବେ ଏତେବଡ ଭୁଲ କିପରି ହେଲା ତାହାକୁ ନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.