ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରି ନଥିବାରୁ ଦୋଷୀର ସଜା କମାଇଲେ କୋର୍ଟ

Published By : Prameya-News7 Bureau | October 22, 2022 IST

ଭୋପାଳ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ନ ଥିବାରୁ ଦୋଷୀର ସଜା କମ୍‌ କଲେ ମଧ୍ୟପ୍ରଦେଶ ହାଇକୋର୍ଟ। ଅଭିଯୁକ୍ତ ୪ ବର୍ଷୀୟା ନାବାଳାକି ସହିତ ଯେଉଁ କାଣ୍ଡ ଘଟାଇଛି ତାହା ନିହାତ ସୈତାନୀ କାଣ୍ଡ। ତେବେ ସେ ନାବାଳିକାର ଜୀବନ ପ୍ରତି ଦୟା ଦେଖାଇଛି ବୋଲି କୋର୍ଟ କହିଛନ୍ତି।  

ଇନ୍ଦୋର ହାଇକୋର୍ଟରେ ବେଞ୍ଚ ଅଫ୍ ଜଷ୍ଟିସ୍‌ ସୁବୋଧ ଅଭୟଙ୍କର ଏବଂ ଜଷ୍ଟିସ୍‌ ଏସ୍‌କେ ସିଂହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଜେଲ୍ ସଜା ୨୦ ବର୍ଷ କରିଦେଇଛନ୍ତି। ମାମଲାରେ ଅପରାଧିକୁ ଦୋଷୀ ସାବ୍ୟସ୍ତ କରିବାରେ କୌଣସି ତ୍ରୁଟି ନାହିଁ। ତେବେ ଅପରାଧିର ସଜା କମାଯାଇପାରେ ବୋଲି କୋର୍ଟ ଚିନ୍ତା କରିଛନ୍ତି।

ଏନେଇ କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଘଟାଇଥିବା ଜଘନ୍ୟ କାଣ୍ଡକୁ ବିଚାର କଲେ ସଜା କମ୍‌ କରିବାର କୌଣସି କାରଣ ଦେଖାଯାଉନି। ତେବେ ସେ ପୀଡ଼ିତାଙ୍କୁ ହତ୍ୟା କରି ନଥିବାରୁ ଆଜୀବନ ସଜାକୁ ୨୦ ବର୍ଷ କମାଇ ହେବ ବୋଲି କୋର୍ଟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.