scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପତ୍ନୀଙ୍କ ବିନା ସହମତିରେ ଅପ୍ରାକୃତିକ ସମ୍ବନ୍ଧ ଅପରାଧ ନୁହେଁ: ହାଇକୋର୍ଟ

23/09/2023 at 11:19 PM

ଭୋପାଳ, ୨୩/୯: ପତୀ-ପତ୍ନୀ ମଧ୍ୟରେ ଯୌନସମ୍ପର୍କକୁ କୌଣସି ଭାବେ ଅସ୍ୱାଭାବିକ ଯୌନ ସମ୍ବନ୍ଧ କୁହାଯାଇପାରିବ ନାହିଁ। ଏକ ମାମଲାର ଶୁଣାଣି ବେଳେ ଏକଥା କହିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି ଯେ ଯେହେତୁ ଭାରତୀୟ ଆଇନ ବର୍ତ୍ତମାନ ବୈବାହିକ ବଳାତ୍କାରକୁ ଅପରାଧରେ ଗ୍ରହଣ କରାଯାଇନି, ତେଣୁ ପତ୍ନୀଙ୍କ ବିନା ସହମତିରେ ‘ଅସ୍ୱାଭାବିକ’ ଯୌନ ସମ୍ପର୍କ ରଖିଲେ ଆଇପିସିର ଧାରା 377 ଅନୁଯାୟୀ ଜବରଦସ୍ତି କୁହାଯାଇପାରିବ ନାହିଁ।

କୋର୍ଟ କହିଛନ୍ତି ଯେ ପତୀ-ପତ୍ନୀଙ୍କ ମଧ୍ୟରେ ହୋଇଥିବା କୌଣସି କାର୍ଯ୍ୟ, ଯାହା ସାମାନ୍ୟ ସେକ୍ସ ଠାରୁ ଅଧିକ ଆଡ଼କୁ ଯାଇଥାଏ, ତାହାକୁ ଅପ୍ରାକୃତିକ ସମ୍ପର୍କ କୁହାଯାଇପାରିବନି। କାରଣ ବୈବାହିକ ସମ୍ପର୍କ ସନ୍ତାନପ୍ରେମ ଠାରୁ ବହୁତ ଅଧିକ। ତେଣୁ ଏହା ଉଭୟଙ୍କ ପାଇଁ ଅତି ଗୋପନୀୟ ହୋଇଥିବା ବେଳେ ଏଥିରେ କୌଣସି ସୀମା ନ ଥାଏ।

ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପତିପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଅଥବା ଯୌନ ସମ୍ପର୍କ ରହିବା ସାଧାରଣ ଘଟଣା। ଏହା ପରସ୍ପର ପ୍ରତି ଥିବା ଭଲ ପାଇବାକୁ ଦର୍ଶାଏ। ଏହା ପାରସ୍ପରିକ ମାମଲା ହୋଇଥିବାରୁ ପତ୍ନୀ ନିଜ ସ୍ୱାମୀଙ୍କ ବିରୋଧରେ ଅପ୍ରାକୃତିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ ଆଣିବା ଯୁକ୍ତିଯୁକ୍ତ ନୁହେଁ। ଏପରିକି ଯୌନ ସମ୍ପର୍କ ରଖିବା ନିମନ୍ତେ ପତିପତ୍ନୀଙ୍କୁ ପରସ୍ପରର ଅନୁମତି ନେବାର ଆବଶ୍ୟକତା ନାହିଁ।

ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଘାଂରଙ୍କ ପତ୍ନୀ ବଳତ୍କାର ଓ ଅପ୍ରାକୃତିକ ଅପରାଧ ନେଇ ସ୍ୱାମୀଙ୍କ ନାଁରେ ଏତଲା ଦେଇଥିଲେ। ପରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାକୁକୁ ଖାରଜ କରିଦେଇଛନ୍ତି ଜଷ୍ଟିସ୍ ସଞ୍ଜୟ ଦ୍ୱିବେଦୀ। ଏହାକୁ ସ୍ୱାମୀ-ସ୍ତ୍ରୀଙ୍କ ବ୍ୟକ୍ତିଗତ ବୋଲି ବିଚାରପତି କହିଛନ୍ତି।

   Related Posts