scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଧ୍ୟ ପ୍ରଦେଶରେ ଭୋଟିଂ ବେଳେ ହିଂସା; ଜଣେ କର୍ପୋରେଟର ମୃତ, ଅନେକ ଆହତ

17/11/2023 at 3:47 PM

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ୨୩୦ ଆସନରେ ମତଦାନ ମଧ୍ୟରେ ଅନେକ ସ୍ଥାନରୁ ହିଂସା ଘଟଣା ସାମନାକୁ ଆସିଛି । ଇନ୍ଦୋର ଓ ମୁରେନାର କିଛି ସ୍ଥାନରେ ପଥରମାଡ଼ ଓ ଗୁଳିମାଡ଼ ଘଟଣା ସାମନାକୁ ଆସିଛି । କିଛି ପ୍ରାର୍ଥୀଙ୍କୁ ମାଡ ଖବର ଆସିଥିବା ବେଳେ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ନଜରବନ୍ଦୀ କରି ରଖାଯାଇଛି । ନିର୍ବାଚନୀ ହିଂସାରେ ଅପରାହ୍ଣ ଦୁଇଟା ଯାଏ ଏକ ଡର୍ଜନରୁ ଅଧିକ ଆହତ ହୋଇଛନ୍ତି । ଅନ୍ୟପଟେ ଛତରପୁରରେ କଂଗ୍ରେସର ମୁସଲିମ୍ କର୍ପୋରେଟରଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ଗାଡ଼ି ଚଢାଇ ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ଇନ୍ଦୋରର ମହୂ ବିଧାନସଭା କ୍ଷେତ୍ରରେ ଶୁକ୍ରବାର ମତଦାନ ସମୟରେ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଦୁଇ ଗୋଷ୍ଠୀର ଲୋକ ପରସ୍ପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏଥିରେ ୪ ଜଣ ଆହତ ହୋଇଥିବା ଖବର ସାମନାକୁ ଆସିଛି  । ଖବର ପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବଳ ପ୍ରୟୋଗ କରିଥିଲା ।

ଇନ୍ଦୋରର ସିନ୍ଧି କଲୋନୀରେ ବିଜେପି ଓ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ମାରପିଟ୍ ଖବର ଆସିଥିଲା । ବିବାଦ ପରେ ପୋଲିସ ପହଞ୍ଚି ଉପଦ୍ରବୀଙ୍କୁ ସେଠାରୁ ହଟାଇଥିଲା । ମଧ୍ୟ ପ୍ରଦେଶରେ ନିର୍ବାଚନ ହିଂସା ଗୁରୁବାର ରାତିରୁ ଆରମ୍ଭ ହୋଇଥିଲା । ଇନ୍ଦୋରର ରାଉ ବିଧାନସଭା କ୍ଷେତ୍ରରେ ବିଳମ୍ୱିତ ରାତିରେ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟ ମାରପିଟ୍ ହୋଇଥିଲା । ଭମ୍ୱରକୁଆଁ ଥାନା ବାହାରେ ଏକାଠି ହୋଇ ହଙ୍ଗାମା କରୁଥିବା ଲୋକଙ୍କୁ କାବୁ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ ବ୍ୟବହାର କରିଥିଲା । ଚମ୍ୱଲ ଅଞ୍ଚଳର ଭିଣ୍ଡରେ ମଧ୍ୟ ହିଂସା ହୋଇଛି । ଜିଲ୍ଲାର ମେହଗାଓଁ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରାଯାଇଛି । ବିଜେପି ପ୍ରାର୍ଥୀ ରାକେଶ ଶୁକ୍ଲାଙ୍କୁ ଉପଦ୍ରବୀ ପଥରମାଡ଼ କରିଥିଲେ । ସୁରକ୍ଷାକର୍ମୀ ବ୍ଲାଙ୍କ ଫାୟାରିଂ କରି ତାଙ୍କୁ ସେଠାରୁ ବାହର କରିଥିଲେ ।

Also Read: ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ, ସକାଳ ୭ଟାରୁ ମତଦାନ ଜାରି

   Related Posts