Madhya Pradesh Exit Poll: କିଏ ଛୁଇଁବ ମ୍ୟାଜିକ ନମ୍ବର- କମଳ ନା କମଲନାଥ ?

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ଆସନରେ ଭୋଟ୍‌ ସରିଛି। ଡିସେମ୍ବର ୩ରେ ଆସିବ ରେଜଲ୍ଟ। ଏହାପୂର୍ବରୁ ଆସିଛି ବୁଥ୍‌ ବାହୁଡା ମତ। ରିପ୍ଲବିକ୍‌ ଟିଭି ଏକଜିଟ୍‌ ପୋଲ୍ ଅନୁସାରେ ବିଜେପିକୁ ଅଧିକ ସିଟ୍‌ ମିଳିବ। ବିଜେପିକୁ ୧୧୮-୧୩୦ ସିଟ୍‌ ମିଳିବ। ସେହିପରି କଂଗ୍ରେସକୁ ୯୭-୧୦୭ ଓ ଅନ୍ୟ ୦-୨ ସିଟ୍‌ ମିଳିବ। ସେହିପରି ଇଣ୍ଡିଆ ଟୁଡେ ସି-ଭୋଟର ଅନୁସାରେ ବିଜେପିକୁ ୧୦୬-୧୧୬, କଂଗ୍ରେସକୁ ୧୧୧-୧୨୧ ଓ ଅନ୍ୟ ୦-୬ ସିଟ୍‌ ମିଳିବ।

ଜନ୍‌ କି ବାତ୍‌ର ଏକଜିଟ୍‌ ପୋଲ୍ ଅନୁସାରେ ବିଜେପିକୁ ୧୦୦-୧୨୩, କଂଗ୍ରେସକୁ ୧୦୨-୧୨୫ ସିଟ୍‌ ମିଳିବ। ସେହିପରି ଟିଭି-୯ ଭାରତବର୍ଷ ଅନୁସାରେ ବିଜେପିକୁ ୧୦୬-୧୧୬, କଂଗ୍ରେସକୁ ୧୧୧-୧୨୧ ସିଟ ମିଳିପାରେ।

ଡିସେମ୍ବର ୩ରେ ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ କିଏ କ୍ଷମତାରେ ରହିବ ତାହା ସ୍ଥିର ହେବ। ତେବେ ଫଳାଫଳର ତିନି ଦିନ ପୂର୍ବରୁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ନଭେମ୍ବର ୩୦ରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଇକବାଲ ସିଂ ବାଇସ ଅବସର ନେଇଥିବାବେଳେ ଭେରା ରାଣା ନୂତନ ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ମଧ୍ୟପ୍ରଦେଶର ନିର୍ବାଚନ ମୈଦାନରେ ୨୫୩୪ପ୍ରାର୍ଥୀ ରାଜ୍ୟର ୨୩୦ଟି ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା ଦେଇଛନ୍ତି। ଡିସେମ୍ବର ୩ରେ ନିର୍ବାଚନର ଫଳ ପ୍ରକାଶ ପାଇବ। ମଧ୍ୟପ୍ରଦେଶରେ ପୁନର୍ବାର ସରକାର ଗଠନ କରିବାକୁ ଭାରତୀୟ ଜନତା ପାର୍ଟି ନା କଂଗ୍ରେସ ଏଥର କ୍ଷମତାର ସିଂହାସନରେ ବସିବାକୁ ଯାଉଛି?

wp:heading

ରିପ୍ଲବିକ୍‌ ଟିଭି

/wp:heading

ବିଜେପି-୧୧୮-୧୩୦

କଂଗ୍ରେସ ୯୭-୧୦୭

wp:heading

ଏବିପି ସି-ଭୋଟର

/wp:heading

ବିଜେପି ୧୦୬-୧୧୬

କଂଗ୍ରେସ ୧୧୧-୧୨୧

wp:heading

ଜନ୍‌ କି ବାତ୍‌

/wp:heading

ବିଜେପିକୁ ୧୦୦-୧୨୩

କଂଗ୍ରେସ ୧୦୨-୧୨୫

wp:heading

ଟିଭି-୯ ଭାରତବର୍ଷ

/wp:heading

ବିଜେପିକୁ ୧୦୬-୧୧୬

କଂଗ୍ରେସ ୧୧୧-୧୨୧

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.