ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ, ସକାଳ ୭ଟାରୁ ମତଦାନ ଜାରି

Published By : Prameya-News7 Bureau | November 17, 2023 IST

ଭୋପାଳ/ରାୟପୁର,୧୭/୧୧: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ଛତିଶଗଡ଼ରେ ସକାଳ ୮ଟାରୁ ଭୋଟିଂ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶରେ ୭ଟାରୁ ମତଦାନ ଆରମ୍ଭ ହୋଇଛି । ମୋଟ୍ ୨୫୦ ଆସନରେ ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୩୦ଟି ସିଟ୍ ମତଦାନ ହେଉଛି । ସେହିପରି ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟୟରେ ୨୦ଟି ବିଧାନସଭା ଆସନରେ ଭୋଟିଂ ଜାରି ରହିଛି । ପୂର୍ବରୁ ଛତିଶଗଡ଼ରେ ୭୦ ସିଟରେ ମତଦାନ ସରିଛି ।

wp:html /wp:html

ମଧ୍ୟପ୍ରଦେଶରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ‌ଭୋଟିଂ ଏବଂ ଛତିଶଗଡ଼ରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ତେବେ ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ବିଧାନସଭା ନିର୍ବାଚନ ହୋଇଥିବା ସମସ୍ତ ୫ ରାଜ୍ୟର ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ ।

wp:html /wp:html

ବୁଧବାର ଏହି ଦୁଇ ରାଜ୍ୟରେ ନିର୍ବାଚନୀ ପ୍ରଚାର ଶେଷ ହୋଇଥିଲା । ମଧ୍ୟପ୍ରଦେଶରେ ବିଜେପି ଶାସନରେ ଥିବାବେଳେ ଛତିଶଗଡ଼ରେ କଂଗ୍ରେସ ସରକାରରେ ଅଛି । ଦୁଇ ରାଜ୍ୟରେ ବିଶେଷକରି ବିଜେପି ଓ କଂଗ୍ରେସ ଭିତରେ କଡ଼ା ଟକ୍କର ହେବ । ମଧ୍ୟପ୍ରଦେଶରେ ମୋଟ ୨,୫୩୩ ପ୍ରାର୍ଥୀ ମଇଦାନରେ ଥିବାବେଳେ ଛତିଶଗଡ଼ରେ ୯୫୮ଜଣ ନିର୍ବାଚନ ଲଢ଼ୁଛନ୍ତି । ମଧ୍ୟପ୍ରଦେଶରେ ୨,୦୪୯ ପୋଲିଂ ବୁଥ୍‌ ପ୍ରସ୍ତୁତ କରାଯାଇଛି । ସେହିପରି ଛତିଶଗଡ଼ରେ ୧୮, ୮୩୩ ବୁଥ୍‌ କରାଯାଇଛି । ମଧ୍ୟପ୍ରଦେଶରେ ୫କୋଟି ୬୦ଲକ୍ଷ ୬୦ହଜାର ୯୨୫ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଛତିଶଗଡ଼ରେ ଭୋଟରଙ୍କ ସଂଖ୍ୟା ୧କୋଟି ୬୩ଲକ୍ଷ ୧୪ ହଜାର ୪୭୯ ରହିଛି । ପ୍ରାୟ ୭ କୋଟି ୨୩ ଲକ୍ଷ ୭୫ ହଜାର ଭୋଟର ଏହି ଦୁଇ ରାଜ୍ୟରେ ନୂଆ ସରକାର ବାଛିବାକୁ ଯାଉଛନ୍ତି । ଅନ୍ୟପଟେ ଏହି ଦୁଇ ରାଜ୍ୟରେ ଆଦିବାସୀ ଭୋଟର ଫ୍ୟାକ୍ଟର ହେବ ବୋଲି ଚର୍ଚ୍ଚା ହେଉଛି ।

wp:html /wp:html

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ନିର୍ବାଚନ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ପାଇଁ ଆହ୍ୱାନ ସୃଷ୍ଟି କରିଛି । ମେଣ୍ଟ ଭିତରେ ମତାନ୍ତର ଓ ଅସନ୍ତୋଷ ସର୍ବସମ୍ମୁଖକୁ ଆସିଛି । କଂଗ୍ରେସ ନିଜ ପ୍ରତିଶ୍ରୁତି ଅନୁସାରେ ମଧ୍ୟପ୍ରଦେଶରେ ୬ଟି ଆସନ ନ ଛାଡ଼ି ବିଶ୍ୱାସଘାତ କରିଥିବା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି । ଏହି ରାଜ୍ୟରେ ସପା ୭୧ ପ୍ରାର୍ଥୀ ଦେଇଛି । ସେହିପରି ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ମଧ୍ୟ ଏହି ରାଜ୍ୟରେ  ପ୍ରାର୍ଥୀ ଦେଇଛି । ପ୍ରଚାର ବେଳେ ଉଭୟ ସପା ଏବଂ ଆପ୍‌ କଂଗ୍ରେସକୁ ଅଡ଼ୁଆରେ ପକାଇଥିଲେ । ଇଣ୍ଡିଆ ମେଣ୍ଟର ଆଉ ଏକ ସହଯୋଗୀ ଜେଡିୟୁ ୧୦ ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀ ଦେଇଛି । ମାୟାବତୀଙ୍କ ବିଏସ୍‌ପି ଦଳ ୧୮୩ ପ୍ରାର୍ଥୀଙ୍କୁ ମଇଦାନକୁ ଛାଡ଼ିଛି । ତେବେ ବିଏସ୍‌ପି ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.