ମଧ୍ୟ ପ୍ରଦେଶରେ ବିଜେପି-କଂଗ୍ରେସର ଅଗ୍ନିପରୀକ୍ଷା, ଶୁକ୍ରବାର ମତଦାତା ବାଛିବେ ସରକାର

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ନିର୍ବାଚନ ପାଇଁ ସମସ୍ତ ୨୩୦ ଆସନ ଉପରେ ଆସନ୍ତକାଲି ମତଦାନ ହେବ । ଏହାସହ ଅନେକ ରାଜନେତାଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଯିବ । ଭୋଟିଂ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ଛଅଟା ପର୍ଯ୍ୟନ୍ତ ଚାଲିବ । ତେବେ, ନକ୍ସଲ ପ୍ରଭାବିତ ବାଲାଘାଟ, ଡିଣ୍ଡୋର ଓ ମଣ୍ଡଲା ଜିଲ୍ଲାର ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ସକାଳ ସାତଟାରୁ ଆରମ୍ଭ ହୋଇ ଅପରାହ୍ଣ ତିନିଟାରେ ଶେଷ ହେବ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁପମ ରାଜନ କହିଛନ୍ତି ଯେ ନିର୍ବାଚନ ଆୟୋଗ ସମସ୍ତ ୨୩୦ ଆସନରେ ନିରପେକ୍ଷ ଓ ଶାନ୍ତି ମତଦାନ ପାଇଁ ଆବଶ୍ୟକ ପ୍ରସ୍ତୁତି ଶେଷ କରିଛନ୍ତି । ରାଜ୍ୟର ୫ କୋଟି ୬୦ ଲକ୍ଷରୁ ଅଧିକ ମତଦାତା ୬୫,୫୦୦ରୁ ଅଧିକ ମତଦାନ କେନ୍ଦ୍ରରେ ପରିଚୟପତ୍ର ସହ ଯାଇ ମତଦାନ କରିପାରିବେ ।

ବିଧାନସଭା ନିର୍ବାଚନରେ ମୋଟ ୨୫୩୩ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏଥିରେ ୨୨୮୦ ପୁରୁଷ, ୨୫୨ ମହିଳା ଓ ଜଣେ ଅନ୍ୟ (ଥାର୍ଡ ଜେଣ୍ଡର) ପ୍ରାର୍ଥୀ ସାମିଲ ଅଛନ୍ତି । ଏଥିର ବିଏସପିର ୧୮୧, ଏସପିର ୭୧, ଆପର ୬୬ ଓ ୧୧୬୬ ନିର୍ଦଳୀୟ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ୨୦୧୮ ନିର୍ବାଚନରେ କଂଗ୍ରେସକୁ ୧୧୪, ବିଜେପିକୁ ୧୦୯, ବିଏସପିକୁ ୨, ଏସପିର ୧ ଓ ଚାରି ନିର୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ । ୭୫.୬୩ ପ୍ରତିଶତ ମତଦାତା ନିଜ ଅଧିକାର ପ୍ରୟୋଗ କରିଥିଲେ ।

Also Read: ୪୫୦ରେ ସିଲିଣ୍ଡର- ମାଗଣା ସ୍କୁଟି, ରାଜସ୍ଥାନ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.