ବିଜେପି ପାଇଁ ବରଦାନ ‘ଲାଡଲୀ ବେହନା’ ଓ ‘ମହତାରୀ ବନ୍ଦନ’; ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବଡ଼ ବିଜୟ

Published By : Prameya-News7 Bureau | December 04, 2023 IST

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ୩ ରାଜ୍ୟରେ ବିଜେପିର ବିପୁଳ ବିଜୟ ହୋଇଛି ।  ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ବିରୋଧୀ କଂଗ୍ରେସକୁ ମାତ୍ ଦେଇ ବିଜୟ ବାନା ଉଡ଼ାଇଛି । ଏଥି ମଧ୍ୟରୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଜୟରେ ବିଜେପିର ଯୋଜନା ମୁଖ୍ୟ ଭୂମିକା ଗ୍ରହଣ କରିଛି । ମହିଳାଙ୍କ ପାଇଁ ଘୋଷିତ ହୋଇଥିବା ‘ଲାଡଲୀ ବେହନା’ ଓ ‘ମହତାରୀ ବନ୍ଦନ’ ଯୋଜନା ନିର୍ବାଚନରେ ବହୁମତ ପାଇଁ ବଡ଼ ଭୂମିକା ଲିଭାଇଛି ବୋଲି କୁହାଯାଉଛି । ହେଲେ ଏହି ଦୁଇ ରାଜ୍ୟରେ କଂଗ୍ରେସ, ବିଜେପିଠାରୁ ପଛରେ ରହିଥିଲା ।

ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ବିଜେପି ସରକାର ବହୁ ଗୁରୁତ୍ବ ଯୋଜନା ଘୋଷଣା କରିଥିଲା । ଏଥିମଧ୍ୟରୁ ମଧ୍ୟପ୍ରଦେଶର 'ଲାଡଲୀ ବେହନା' ଅନ୍ୟତମ। ଏହି ଯୋଜନାରେ ନିମ୍ନ ଏବଂ ମଧ୍ୟମ ବର୍ଗରେ ଗରିବ ମହିଳାଙ୍କୁ ମାସକୁ ଏକ ହଜାର ଟଙ୍କା ତଥା ବର୍ଷକୁ ୧୨ ହଜାର ଲେଖାଏଁ ଦେବାକୁ ଘୋଷଣା କରିଥିଲା । ଏହା ସହିତ କଚ୍ଚା ଘରେ ରହୁଥିବା ମହିଳାଙ୍କୁ ପକ୍କା ଘର ଦିଆଯିବ ବୋଲି ଗ୍ୟାରେଣ୍ଟି ଦେଇଥିଲା । ଏତିକି ନୁହେଁ, ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଯୋଜନାରେ ପ୍ରାୟ ୧କୋଟି ୩୧ ଲକ୍ଷ ମହିଳାଙ୍କ ଖାତାକୁ ୧୨୫୦ ଟଙ୍କା ଲେଖାଏଁ ଦୁଇଟି କିସ୍ତି ପ୍ରଦାନ କରିଥିଲେ ।  ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ସଭାରେ 'ଲାଡଲୀ ବେହନା' ଯୋଜନାକୁ ନେଇ ପ୍ରଚାର କରିଥିଲେ । ଯାହାର ଫଳ ସୂରୁପ ବିଜେପି ମଧ୍ୟପ୍ରଦେଶରେ ବମ୍ପର ବିଜୟ କରିଛି ।  

wp:embed {"url":"https://www.prameyanews7.com/who-will-be-the-chief-minister-of-chhattisgarh-7-leaders-are-in-the-race-with-raman-singh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/who-will-be-the-chief-minister-of-chhattisgarh-7-leaders-are-in-the-race-with-raman-singh/
/wp:embed

ସେହିପରି ଛତିଶଗଡ଼ରେ ମଧ୍ୟ ସମାନ ଧରଣର ଯୋଜନା କାମ ଦେଇଛି । ନିର୍ବାଚନୀ ଇସ୍ତହାରରେ ଭାରତୀୟ ଜନତା ପାର୍ଟି ମହିଳାଙ୍କ ପାଇଁ ‘ମହତାରୀ ବନ୍ଦନ’ ବା ‘ମା’ଙ୍କ ବନ୍ଦନ’ ଯୋଜନା ଘୋଷଣା କରିଥିଲା । ଏଥିରେ ମିହିଳାଙ୍କୁ ବର୍ଷକୁ ୧୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ନିର୍ବାଚନୀ ଘୋଷଣା ପତ୍ରରେ ବିଜେପି ଉଲ୍ଲେଖ କରିଥିଲା । ଏହି ଟଙ୍କା ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧା ସିଧା ଟ୍ରାନ୍ସଫର କରାଯିବ । ଏହାର ପ୍ରଭାବ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦେଖିବାକୁ ମିଳିଥିଲା । ଏହାକୁ ଦେଖି କଂଗ୍ରେସ ଦୀପାବଳିରେ ଛତିଶଗଡ଼ରେ ଗୃହଲକ୍ଷ୍ମୀ ଯୋଜନା ନେଇ ଘୋଷଣା କରିଥିଲା । ମାତ୍ର ଏହାକ କାମ ‘ମହତାରୀ ବନ୍ଦନ’ ଯୋଜନା ସାମ୍ନାରେ କାମ କରିନଥିଲା ।

wp:embed {"url":"https://www.prameyanews7.com/stock-market-rise-after-election-results-2023-sensex-nifty-zooms/","type":"wp-embed","providerNameSlug":"prameya-news-7"}
https://www.prameyanews7.com/stock-market-rise-after-election-results-2023-sensex-nifty-zooms/
/wp:embed

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ବିଜୟ ମିଳିଛି । ମଧ୍ୟପ୍ରଦେଶରେ ଭାରତୀୟ ଜନନା ପାର୍ଟି ୧୬୩ଟି ବିଧାନସଭା ଆସନରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ପାର୍ଟି ମାତ୍ର ୬୬ଟି ସିଟରେ ସୀମିତ ରହିଛି ଏବଂ ଅନ୍ୟାନ୍ୟକୁ ଗୋଟିଏ ଆସନ ମିଳିଛି । ସେପଟେ ଛତିଶଗଡ଼ରେ ବିଜେପିକୁ ୫୪ଟି ଆସନରେ ପତିଆରା ଜାହିର କରିଛି । ସେହିପରି ଭୂପେଶ ବଘେଲଙ୍କ କଂଗ୍ରେସକୁ ୩୫ଟି ସିଟରେ ବିଜୟ ଲାଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.