previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ଯାତ୍ରା ପାର୍ଟି ମ୍ୟାନେଜରଙ୍କ ନାଁରେ ଟଙ୍କା ହଡ଼ପ ଓ ଅସଦାଚରଣ ମାମଲା: ଅଭିଯୋଗକୁ ଖଣ୍ଡନ କଲେ ମଧୁସୂଦନ, କହିଲେ-ସବୁ ମିଛ, ମୁଁ ଆଇନର ଆଶ୍ରୟ ନେବି

24/05/2022 at 2:18 PM

ଯାଜପୁର ୨୪।୦୫ : ପୂର୍ବତନ ଯାତ୍ରା ପାର୍ଟି ମ୍ୟାନେଜରଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଓ କଳାକାରଙ୍କୁ ଅସଦାଚରଣ ଘଟଣା। ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ଯାତ୍ରା ପାର୍ଟି ମ୍ୟାନେଜର ମଧୁସୂଦନ ପ୍ରଧାନ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇ ମିଥ୍ୟା ଆରୋପ ଲଗାଯାଇଥିବା ଗଣମାଧ୍ୟମ ସମ୍ମୁଖରେ ସେ ସଫେଇ ଦେଇଛନ୍ତି। ସମସ୍ତ ଅଭିଯୋଗ ମିଥ୍ୟା ଓ ଏସବୁ ଅଭିଯୋଗର ପ୍ରମାଣ ଥିଲେ ଅଭିଯୋଗକାରୀ ତାହା ଦିଅନ୍ତୁ ବୋଲି ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଖବର ଅନୁଯାୟୀ, ପୂର୍ବରୁ ପାର୍ବତୀ ଓ ରାଜଧାନୀ ଅପେରାରେ ପରିଚାଳକ ବା ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ମଧୁସୂଦନ ପ୍ରଧାନ ଉକ୍ତ ସଂସ୍ଥାରୁ‌ ଲକ୍ଷାଧିକ ଟଙ୍କା ହଡ଼ପ କରିବା ସହ ଲୋକ ଲଗାଇ ଯାତ୍ରା କଳାକାରମାନଙ୍କୁ ମାରପିଟ୍ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସୋମବାର ଭୁବନେଶ୍ୱର ଠାରେ ଏହି ଦୁଇ ଯାତ୍ରା ପାର୍ଟିର ବର୍ତ୍ତମାନର ମ୍ୟାନେଜର ଓ କଳାକାରମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଥିଲେ। ତେବେ ଏଭଳି ଅଭିଯୋଗକୁ ଅସ୍ବୀକାର କରିବା ସହ ତାଙ୍କ ବିରୋଧରେ ସମ୍ପୃକ୍ତ ଯାତ୍ରା ପାର୍ଟି ମାଲିକ ଷଡ଼ଯନ୍ତ୍ର କରିଥିବା ସେ ଆଜି ଯାଜପୁର ଜିଲ୍ଲା ଦାନଗଦି ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ପାର୍ବତୀ ଓ ରାଜଧାନୀ ଅପେରାର ମାଲିକଙ୍କ କଥାରେ ରାଜି ନହେବାରୁ ସେ ଆକ୍ରୋଶମୂଳକ ଭାବେ ତାଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଥିବା କହିଛନ୍ତି। ଏଥିସହିତ ତାଙ୍କ ଉପରେ ଏପରି ମିଥ୍ୟା ଆରୋପ ଲଗାଯାଇଥିବାରୁ ତାଙ୍କ ମାନ ହାନି ଘଟିଛି। ତେଣୁ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।

   Related Posts