Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମାଧୁରୀଙ୍କ ୨୦ତମ ବିବାହ ବାର୍ଷିକରେ ‘କିସ୍’ ଫଟୋ ହେଲା ଭାଇରାଲ…

18/10/2019 at 10:09 PM

ମୁମ୍ବାଇ୧୮|୧୦: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ବିବାହକୁ ୨୦ ବର୍ଷ ପୂରଣ ହୋଇଛି। ଏହି ଅବସରକୁ ସ୍ମରଣୀୟ କରିବା ଲାଗି ମଧୁରୀ ତାଙ୍କର ୨୦ ତମ ବିବାହ ବାର୍ଷିକ ଅବସରରେ ସ୍ୱାମୀ ରାମ ନେନେଙ୍କ ସହ ରୋମାଣ୍ଟିକ୍‌ ସେଲଫି ନେଇଛନ୍ତି। ରାମ୍‌ ଓ ମାଧୁରୀଙ୍କ ଏହି ରୋମାଣ୍ଟିକ୍‌ ସେଲଫି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରାମ୍‌ଙ୍କୁ ମାଧୁରୀ କିସ୍‌ କରୁଥିବାର ଦୃଶ୍ୟ ଏହି ସେଲଫିରେ ରହିଛି। ରାମ ଓ ମାଧୁରୀଙ୍କ ଫଟୋ ଦେଖିଲେ ଜଣାପଡୁଛି ଫଟୋ କେଉଁ ବାହାର ଦେଶରେ କ୍ଲିକ୍ ହୋଇଛି। ତେବେ ମାଧୁରୀ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଲେଖିଛନ୍ତି ‘ଜନ୍ମ ଜନ୍ମର ସାଥୀ, ୨୦ତମ ବିବାହ ବାର୍ଷିକ’’। ଏହି ଫୋଟରେ ମାଧୁରୀ ଓ ରାମ୍‌ ବହୁତ ଖୁସି ଥିଲାଭଳି ନଜର ଆସିଛନ୍ତି।

View this post on Instagram

Soulmates forever @drneneofficial #20Years

A post shared by Madhuri Dixit (@madhuridixitnene) on

ମାଧୁରୀଙ୍କ ସ୍ୱାମୀ ପେଷାରେ ଜଣେ ଡାକ୍ତର ଓ ସେ  ହଟଚମଟରୁ ବେଶ ଦୂରରେ ରହନ୍ତି। ତେବେ କେବେ କେବେ ଫିଲ୍ମ  ପୁରସ୍କାର ଉତ୍ସବମାନଙ୍କରେ ମାଧୁରୀଙ୍କ ସହ ଦେଖିବାକୁ ମିଳିଥାନ୍ତି।  ୧୯୯୯ ମସିହା ଅକ୍ଟୋବର ୧୭ ତାରିଖରେ ମାଧୁରୀ ରାମ ନେନେଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ଅରିନ୍‌ ଓ ରାୟନ ଅଛନ୍ତି। ନିକଟରେ ଏକ ନୃତ୍ୟ କାର୍ଯ୍ୟକ୍ରମରେ ମାଧୁରୀ ଦେଖାଯାଇଥିଲା । ଫିଲ୍ମ ‘କଲଙ୍କ’ରେ ବି  ମାଧୁରୀ ଅଭିନୟ କରିଥିଲେ। ତେବେ ବକ୍ସ ଅଫିସ୍‌​‌ରେ ଫିଲ୍ମ ଏ​‌ତେ କାରବାର କରିପାରିନାହିଁ। ହେଲେ  ଫିଲ୍ମ ଖୁବ୍  ଚର୍ଚ୍ଚା ସାଉଣ୍ଟି ଥିଲା ।  ‘କଲଙ୍କ’ ରେ ମାଧୁରୀ ଓ ସଞ୍ଜୟ ଦତ୍ତ ଏକାଠି ସ୍କ୍ରିନ ଶେୟାର କରିଥିବାରୁ ମାଧୁରୀଙ୍କୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲା।

   Related Posts