ଧକ୍‌ଧକ୍‌ ଗର୍ଲ କିଣିଲେ ନୂଆ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ, କୋଟି କୋଟି ଟଙ୍କା ରହିଛି ଏହାର ମୂଲ୍ୟ

Published By : Prameya-News7 Bureau | October 05, 2022 IST

ମୁମ୍ଵାଇ ୦୫।୧୦: ବଲିଉଡ ଧକ୍ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ। ସେ ତାଙ୍କ ଆଗାମୀ ଆମାଜନ ପ୍ରାଇମ ଭିଡିଓ ଅରିଜିନାଲ 'ମଜା ମା ' କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଏହାର ଗୀତ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏହି ସମୟରେ ମାଧୁରୀ ଦୀକ୍ଷିତଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ସେ ମୁମ୍ବାଇରେ ଏକ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ମାଧୁରୀଙ୍କର ଏହି ଆପାର୍ଟମେଣ୍ଟ ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଅବସ୍ଥିତ ୫୩ ତମ ମହଲାରେ ଅଛି।

ରିପୋର୍ଟ ଅନୁଯାୟୀ, ମାଧୁରୀ ଦୀକ୍ଷିତ ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଏକ ନୂତନ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ଆପାର୍ଟମେଣ୍ଟର ମୂଲ୍ୟ ୪୮ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ସମ୍ପତ୍ତିଗୁଡିକ ଇଣ୍ଡିଆବୁଲସ୍ ବ୍ଲୁ ପ୍ରୋଜେକ୍ଟରେ ଅଛି ଏବଂ ଏହା ୨୮ ସେପ୍ଟେମ୍ବର ୨୦୨୨ ରେ ପଞ୍ଜୀକୃତ ହୋଇଥିଲା। ମାଧୁରୀର ଏହି ଆପାର୍ଟମେଣ୍ଟ ୫୩ ତମ ମହଲାରେ ୫୩୮୪ ବର୍ଗଫୁଟ ରହିଛି। ଏହା ବ୍ୟତୀତ ଉଥିରେ ୭ଟି କାର ପାର୍କିଂ କରାଯାଇଛି ।

ଅନ୍ୟପଟେ, ମାଧୁରୀ ୱର୍ଲିର ଇଣ୍ଡିଆବୁଲ୍ସ ବ୍ଲୁ ବିଲଡିଂରେ ଲିଜ୍‌ରେ ନେଇ ଏହି ସମ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ଏହି ସମ୍ପତ୍ତି ୨୯ ତମ ମହଲାରେ ଅଛି ଏବଂ ଏଥିପାଇଁ ମାଧୁରୀ ୩କୋଟି ଟଙ୍କା ଜମା କରିଛନ୍ତି।  ଯାହା ପ୍ରତିବର୍ଷ ୫ ପ୍ରତିଶତ ବୃଦ୍ଧି ପାଇବ। ଏହି ସମ୍ପତ୍ତି ୫୫୦୦ ବର୍ଗଫୁଟ ଉପରେ ବିସ୍ତାର ହୋଇଛି । କହିବାକୁ ଗଲେ ଗତ ବର୍ଷ ଅକ୍ଟୋବରରେ ମାଧୁରୀ ଦୀକ୍ଷିତ ତିନି ବର୍ଷ ପାଇଁ ମୁମ୍ବାଇରେ ଏକ ଘର ଭଡା ନେଇଥିଲେ। ମାଧୁରୀ ଭଡା ଘର ପାଇଁ ମାସକୁ ୧୨.୫ ଲକ୍ଷ ଟଙ୍କା ଭଡା ଦେଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.