ଆଲିଆଙ୍କ ପାଇଁ ସୁନ୍ଦର ଉପହାର ପଠାଇଲେ ମାଧୁରୀ, ଦେଖିକି ଖୁସି ହୋଇଗଲେ ନୀତୁ କପୁର

Published By : Prameya-News7 Bureau | October 07, 2022 IST

ନୂଆଦିଲ୍ଲୀ ୦୭।୧୦: କଲର୍ସ ଟିଭିର ପପୁଲାର ରିଆଲିଟି ଡ୍ୟାନ୍ସ ଶୋ’ ‘ଝଲକ ଦିଖଲା ଜା’ । ଏହି ଶୋ’ରେ ଜଜ୍‌ ଭାବରେ ନଜର ଆସୁଛନ୍ତି ମାଧୁରୀ ଦୀକ୍ଷିତ, କରଣ ଜୋହର ଏବଂ ନୋରା ଫତେହି । ନିକଟରେ ନୀତୁ କପୁର ଶୋ’କୁ ଆସିଥିଲେ। ତାଙ୍କ ଏଣ୍ଟ୍ରି ସହିତ ଶୋ’ରେ କପୁର ସ୍ପେଶାଲ୍‌ ଏପିସୋଡ୍ ପାଳନ କରାଯାଇଥିଲା । ବର୍ତ୍ତମାନ ଶୋ’ର ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଆପଣ ଦେଖିବେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଲୁକ୍‌କୁ ପୁଣି ଥରେ ଦେଖାଯାଉଛି।

wp:html
/wp:html

ଏହି ଶୋ’ରେ ନୀତୁ ସେମାନଙ୍କ ଡ୍ୟାନ୍ସ ଦେଖି ଅତ୍ୟଧିକ ଆନନ୍ଦିତ ହୋଇଥିଲେ। ସେମାନଙ୍କୁ ଆଲିଙ୍ଗନ କରି ଆର୍ଶିବାଦ ଦେଇଥିଲେ। ସେ ଡ୍ୟାନ୍ସ ଦେଖି କହିଥିଲେ ଯେ ଏହି ପରଫର୍ମାନ୍ସ ମୋ ହୃଦୟକୁ ସ୍ପର୍ଶ କରିଛି । କେବଳ ଏତିକି ନୁହେଁ। ଏହାରି ମଧ୍ୟରେ ମାଧୁରୀ ଦୀକ୍ଷିତ କହିଛନ୍ତି ଯେ ନୀତୁ ଜୀ ବର୍ତ୍ତମାନ ଦୁହେଁ ବିବାହ କରିଛନ୍ତି ଏବଂ ସେ ଖୁବ୍‌ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ମୁଁ ଆଲିଆ ପାଇଁ କିଛି ଆଣିଛି । ଏହା ହେଉଛି ବାଲ୍ ଗୋପାଳ । ବାଲ ଗୋପାଳଙ୍କୁ ନେଇ ନୀତୁ ବହୁତ ଖୁସି ହୋଇ ମାଧୁରୀଙ୍କୁ ଆଲିଙ୍ଗନ କରିଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।  

କହିବାକୁ ଗଲେ ଆଲିଆ ଏବଂ ରଣବୀର ଚଳିତ ବର୍ଷ ଏପ୍ରିଲରେ ବିବାହ କରିଥିଲେ। ଜୁନ୍ ମାସରେ ଆଲିଆ ଗର୍ଭବତୀ ଥିବା ନେଇ କନଫର୍ମ କରିଥିଲେ।  ବୁଧବାର ଅର୍ଥାତ୍‌ ଗତକାଲି ଆଲିଆ ବେବି ସାୱାର କରିଥିଲେ। ଯେଉଁଥିରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ । ଯାହାର ଫଟୋ ଆଲିଆ ନିଜେ ଇନଷ୍ଟାରେ ସେୟାର କରିଛନ୍ତି। ପୋଷ୍ଟରେ ଖୁବ୍‌ ଲାଇକ୍‌ କମେଣ୍ଟ ଆସୁଥିବା ବେଳେ ଭାଇରାଲ୍‌ ମଧ୍ୟ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.