ଫ୍ୟାସନ୍ ଫିଲ୍ମ ପରେ ପୁଣି ଏକାଠି କଙ୍ଗନା ଓ ମଧୁର୍‌ ଭଣ୍ଡାର୍‌କର୍‌

Published By : Prameya-News7 Bureau | July 31, 2022 IST

ମୁମ୍ବାଇ ୩୧/୦୭; ବଲିଉଡ୍ର କ୍ବିନ୍, ପଦ୍ମଶ୍ରୀ କଙ୍ଗନା ରଣାଓ୍ବତଙ୍କ ନିକଟରେ ଗୋଟିଏ ପରେ ଗୋଟିଏ ସିନେମା ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନରୁ ବାଦ୍‌ ପଡିଥିଲା। କିନ୍ତୁ ନିଜ ରିସେଣ୍ଟ ସିନେମା ସବୁର ପର୍ଫୋମେନ୍ସକୁ ନେଇ ସେ ଖୁବ୍ ଜଲଦି ରିକଭର୍‌ କରିସାରିଲେଣି ଲାଗୁଛି। ସେଇଥିପାଇଁ ତ ଆଗକୁ ତାଙ୍କର ବଡ ବଡ ସିନେମା ପରଦାକୁ ଆସିବାକୁ ଯାଉଛି। ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଏମରଜେନ୍ସିର ଫାଷ୍ଟ୍‌ ଲୁକ୍ ଠାରୁ ଆରମ୍ଭକରି ଟିଜର୍‌ ପର୍ଯ୍ୟନ୍ତ ସବୁକିଛି ଦର୍ଶକଙ୍କ ମନ ମୋହିଛି। ଅନେକ ଲୋକ କହୁଛନ୍ତି ଏହି ଚରିତ୍ର ପାଇଁ କଙ୍ଗନା ପର୍ଫେକ୍ଟ ଚଏସ୍। ଏଥିରେ ସେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ। ତା ସହିତ ବି ଅନେକ ସିନେମା ଧାଡିରେ ଅଛି। ସେଥିରେ ଚାର୍‌ଚାନ୍ଦ୍‌ ଲଗାଇବା ପାଇଁ ଏବେ ସେ ଏକାଠି ହୋଇଛନ୍ତି ମଧୁର୍ ଭଣ୍ଡାର୍‌କର୍‌ଙ୍କ ସାଙ୍ଗେ।
ଫ୍ୟାସନ୍‌ ଫିଲ୍ମରେ କଙ୍ଗନା ମଧୁର୍‌ ଭଣ୍ଡାର୍‌କର୍‌ଙ୍କ ନିର୍ଦ୍ଦେଶନାରେ କାମ କରିଥିଲେ। ଏହା ତାଙ୍କ କ୍ୟାରିୟର୍‌ରେ ଟଣ୍ଣିଙ୍ଗ୍‌ ପଏଣ୍ଟ୍‌ ଆଣିଦେଇଥିଲା। ଏବେ ଅତି ଶୀଘ୍ର ସେ ମଧୁର୍‌ଙ୍କର ଆଗାମୀ ଫିଲ୍ମ ରେ ନଜର ଆସିବେ ବୋଲି ଖବର ମିଳୁଛି। ଏହି ସିନେମାଟି କାଶ୍ମୀରୀ ସିଙ୍ଗର୍‌ଙ୍କ ଉପରେ ଟେରିରିଷ୍ଟ୍ ଆକ୍ରମଣ ଓ ହତ୍ୟାକାଣ୍ଡ ଉପରେ ଆଧାରିତ।
ନ୍ୟାସ୍‌ନାଲ୍ ଆଓ୍ବାର୍ଡ ପ୍ରାପ୍ତ ନିର୍ଦ୍ଦେଶକ ମଧୁର୍ ଭଣ୍ଡାର୍‌କର୍, ୪ଟି ନ୍ୟାସ୍‌ନାଲ୍‌ ଆଓ୍ବାର୍ଡ ପାଇଥିବା ଆକ୍ଟ୍ରେସ୍, ପଦ୍ମଶ୍ରୀ କଙ୍ଗନା ରଣାଓ୍ବତ୍‌ଙ୍କୁ ନିଜର ଏହି ସିନେମାରେ କାଷ୍ଟ କରିବାକୁ ମନବଳାଇ ସାରିଥିବା ଶୁଣିବାକୁ ମିଳୁଛି। ରିପୋର୍ଟ ଅନୁଯାୟୀ ମଧୁର୍ ଆଉ ଏକ ନାରୀ କୈନ୍ଦ୍ରିକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି। ନିଜ ଫିଲ୍ମ ବବ୍ଲି ବାଉନ୍ସର୍ର ରିଲିଜ୍‌ ପରେ ସେ ଏହି ଫିଲ୍ମରେ କାମ କରିବେ। କଙ୍ଗନାଙ୍କ ସାଙ୍ଗେ ନିର୍ମାଣ ହେବାକୁଥିବା ତାଙ୍କ ଏହି ଫିଲ୍ମଟି, ଏକ କାଶ୍ମୀରୀ ସିଙ୍ଗରଙ୍କୁ ଟେରିରିଷ୍ଟମାନେ ମର୍ଡର କରିଦେଇଥିବା ସତ୍ୟ ଘଟଣା ଉପରେ ଆଧାରିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.