ମାଧୁରୀଙ୍କ ମାଆ ସ୍ନେହଲତା ଦୀକ୍ଷିତ୍ଙ୍କ ପରଲୋକ, ମୁମ୍ଵାଇରେ ହେବ ଶବ ସତ୍କାର
12/03/2023 at 1:20 PM

ମୁମ୍ଵାଇ ୧୨।୦୩: ବଲିଉଡ୍ର ଧକ୍ଧକ୍ ଗର୍ଲ ତଥା ଡିଭା ମାଧୁରୀ ଦୀକ୍ଷିତ୍। ବର୍ତ୍ତମାନ ତାଙ୍କ ମାଆ ସ୍ନେହଲତା ଦୀକ୍ଷିତଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ପାଖାପାଖି ୯୧ ବର୍ଷ ବର୍ଷ ହୋଇଥିଲା। ୧୨ ମାର୍ଚ୍ଚ ସକାଳ ୮:୪୦ ରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କ ମୃତ୍ୟୁ ମାଧୁରୀ ଏବଂ ତାଙ୍କ ପରିବାରକୁ ଶକ୍ତ ଝଟକା ଲାଗିଛି। ତାଙ୍କର ଶେଷ ରୀତିନୀତି ଆଜି ରାତି ୩.୪୦ ରେ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଜଣା ପଡିନାହିଁ। ଅଭିନେତ୍ରୀ ତାଙ୍କ ମା’ଙ୍କ ସହ ଅତି ନିକଟତର ଥିଲେ, ତେଣୁ ତାଙ୍କ ବିୟୋଗ ଅଭିନେତ୍ରୀଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ ।
ଏହି ସମୟରେ ମାଧୁରୀ ପୋଷ୍ଟ କରି ମାଆଙ୍କ ଦେହାନ୍ତ ବିଷୟରେ ଜଣାଇଛନ୍ତି । ଅନେକ ବଡ ବଡ ତାରକା ତାଙ୍କ ମୃତ୍ୟୁରେ ଶୋକ ଜଣାଇବାରେ ଲାଗିଛନ୍ତି। କହିବାକୁ ହଲେ ଅଭିନେତ୍ରୀ ପ୍ରାୟତଃ ତାଙ୍କ ଫଟୋ ମା ସହିତ ସେୟାର କରନ୍ତି। ନିକଟରେ, ଜୁନ୍ ମାସରେ, ସେ ତାଙ୍କ ମାଙ୍କର କିଛି ଫଟୋ ସେୟାର କରିଥିଲେ ଏବଂ ତାଙ୍କୁ ୯୦ ତମ ଜନ୍ମଦିନର ଶୁଭେଚ୍ଛା କାମନା କରିଥିଲେ । ନିକଟରେ ସେ ତାଙ୍କ ମା ପାଇଁ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ମାଙ୍କୁ ତାଙ୍କର ସର୍ବୋତ୍ତମ ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ ।