ମଧୁପାଟଣା ଥାନାର ମହିଳା ଏସ୍ଆଇ କରୋନା ସଂକ୍ରମିତ, ସପଟେ ଲାଲ୍‌ବାଗ ଥାନା ପୋଲିସ ଦ୍ବାରା ଗିରଫ ଅଭିଯୁକ୍ତ ପଜିଟିଭ୍ ପରେ ବଢିଲା ଭୟ

Published By : Prameya-News7 Bureau | August 17, 2020 IST

କଟକ ୧୭।୮: କଟକ କମିଶନରେଟ୍ ପୋଲିସର ଜଣେ ଏସଆଇ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମଧୁପାଟଣା ଥାନାର ଜଣେ ମହିଳା ଏସ୍‌ଆଇଙ୍କ ସମେତ ୨ ଜଣ ପଜିଟିଭ୍ ଥିବା ଜଣାପଡିଛି। ଏହାସହ କଟକରେ ମୋଟ ୩୫ ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇସାରିଲେଣି ।

ତେବେ ଏସ୍‌ଆଇ ଜଣଙ୍କ କାହା ସଂସ୍ପର୍ଶରେ ଆସି ପଜିଟିଭ୍‌ ହୋଇଛନ୍ତି ତାହା ଜଣାପଡିନାହିଁ । ଖବର ଜଣାପଡ଼ିବା ପରେ ଥାନାକୁ ବିଶୋଧନ କରାଯିବ ସହିତ ଉକ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା କିଛି କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି ।

ସେପଟେ ଲାଲ୍‌ବାଗ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏନେଇ ଥାନାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଭିଯୁକ୍ତକୁ ଧରିଥିବା କର୍ମଚାରୀ ଓ ଅଧିକାରୀଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ଖୁବଶୀଘ୍ର ସେମାନଙ୍କର ସ୍ୱାବ୍‌ ପରୀକ୍ଷା ହେବ । ତେବେ ଖବର ମିଳିବା ପରେ ଥାନାର ପ୍ରାୟ ୬ ଜଣ କର୍ମଚାରୀଙ୍କୁ ଆଇସୋଲେସନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ସେହି ପୋଲିସ କର୍ମଚାରୀଙ୍କର ସ୍ୱାବ୍‌ ନମୁନା ପରୀକ୍ଷା କରାଯିବ । ଥାନାକୁ ବିଶୋଧନ ମଧ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.