ପ୍ରିୟଙ୍କା-ନିକ୍‌ଙ୍କ ଏଜ୍‌ ଗ୍ୟାପ୍‌କୁ ନେଇ ମୁହଁ ଖୋଲିଲେ ମଧୁ ଚୋପ୍ରା, କହିଲେ-ଏଥିରେ କୌଣସି ଫରକ୍‌ ପଡିବ ନାହିଁ

Published By : Prameya-News7 Bureau | May 14, 2022 IST

ମୁମ୍ବାଇ ୧୪।୦୫: ବଲିଉଡ୍‌ରୁ ହଲିଉଡ୍‌ ଯାଏଁ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ପ୍ରାୟତଃ ସବୁବେଳେ ଲାଇମ୍‌ ଲାଇଟ୍‌ରେ ରହିଥାନ୍ତି । ପ୍ରିୟଙ୍କା ଏବଂ ନିକ ବିବାହ ଚାରି ବର୍ଷ ହୋଇସାରିଛି । ନିକଟରେ ଦୁହେଁ ଶିଶୁ କନ୍ୟାର ମାତା ପିତା ହୋଇଛନ୍ତି। ଏତେ ସବୁ ପରେ ମଧ୍ୟ ଗୋଟିଏ ପ୍ରଶ୍ନ ଅଛି ଯାହା ସେମାନଙ୍କ ପଛ ଛାଡି ନାହିଁ । ଉଭୟଙ୍କ ଏଜ୍‌ ଗ୍ୟାପ୍‌କୁ ନେଇ ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ଖୁଲାସା କରିଛନ୍ତି ।

ଏକ ସାକ୍ଷାତକାରରେ  ପ୍ରିୟଙ୍କାଙ୍କ ମାଆ ମଧୁ କହିଛନ୍ତି କି ନିକ୍‌ ପ୍ରିୟଙ୍କାଙ୍କୁ ବହୁତ ଖୁସିରେ ରଖିଛନ୍ତି । ମଧୁ ନିକ୍‌ ଏବଂ ପ୍ରିୟଙ୍କାଙ୍କ ବୟସ ତାରତାମ୍ୟତାକୁ ଦେଖି କହିଥିଲେ କି ହଁ ମୋ ଝିଅ ଓ ଜ୍ବାଇଁଙ୍କ ଭିତରେ ବୟସର ପାର୍ଥକ୍ୟ ଅଛି । କିନ୍ତୁ ଦୁହେଁଙ୍କ ମନ ଭିତରେ କୌଣସି ପ୍ରକାରର ସନ୍ଦେହ ନାହିଁ । ସେମାନଙ୍କୁ ଏକଥାରେ ଫରକ ପଡେ ନାହିଁ କି ତାଙ୍କ ବୟସକୁ ନେଇ କିଏ କଣ କହେ । ଯେଉଁଠାରେ ବିଶ୍ୱାସ ଏବଂ ସମ୍ମାନ ଥାଏ ସେହି ସମ୍ପର୍କରେ ଅଧିକ ବୁଝାମଣା ରୁହେ। ଯଦି ଆପଣ ପରସ୍ପରକୁ ଭଲ ଭାବରେ ବୁଝନ୍ତି ତାହାଲେ ସମ୍ପର୍କକୁ କଣ୍ଟ୍ରୋଲ୍‌ କରିବା ସହଜ ହୋଇଥାଏ।

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ଏହି ସମୟ ମଧ୍ୟରେ ସେମାନଙ୍କର ପିତାମାତା ହେବାର ଅଭିଜ୍ଞତାକୁ ଉପଭୋଗ କରୁଛନ୍ତି । ୧୦୦ ଦିନ NICU ରେ ରହିବା ପରେ ପ୍ରିୟଙ୍କାଙ୍କ ତାଙ୍କ ଝିଅକୁ ନେଇ ଘରକୁ ଫେରିଥିଲେ । ଏନେଇ ସେ ଖୁସି ହୋଇ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ସୂଚନା ଦେଇଥିଲେ। ପ୍ରିୟଙ୍କାଙ୍କ କାମ କଥା କହିଲେ ଖୁବ୍ ଶୀଘ୍ର ଫରହାନ୍ ଅଖତରଙ୍କ 'ଜୀ ଲେ ଜରା'ରେ ନଜର ଆସିବେ । ଏହା ବ୍ୟତୀତ ପ୍ରିୟଙ୍କା ଚୋପ୍ରା ହଲିଉଡ ଫିଲ୍ମ 'ସିଟାଡେଲ'ର ଶୁଟିଂ ମଧ୍ୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.