Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୁଦ୍ଧିକରଣ ପାଇଁ ଏଠାରେ ବ୍ରାହ୍ମଣଙ୍କ ଅଇଁଠା ପତ୍ର ଉପରେ ଶୁଅନ୍ତି ଦଳିତ

18/06/2019 at 5:50 PM

ନେଟଫ୍ଲିକ୍ସରେ ଏବେ ଏକ ନୂଆ ସିରିଜ ଆରମ୍ଭ ହୋଇଛି ଯାହାର ଟାଇଟଲ ହେଉଛି ଲୈଲା । ଏହି ସିରିଜରେ ମହିଳାମାନଙ୍କୁ ଅଇଁଠା ପତ୍ରରେ ଶୋଇବାକୁ ବାଧ୍ୟ କରାଯାଇଥାଏ । ଶୁଦ୍ଧିକରଣ ନାଁରେ ଏହିଭଳି କରାଯାଇଥାଏ । କର୍ଣ୍ଣାଟକରେ ଏହିଭଳି ଏକ ପ୍ରଥା ରହିଛି । ପ୍ରଥା ଅନୁଯାୟୀ ଦଳିତମାନେ ବ୍ରାହ୍ମଣଙ୍କ ଅଇଁଠା ପତ୍ରରେ ଶୋଇଥାନ୍ତି । ଏହାକୁ ମଡ଼େ ସ୍ନାନ ବା ଛେପ ସ୍ନାନ ବୋଲି କୁହାଯାଏ ।

ନିଜର କୃତ କର୍ମରୁ ମୁକ୍ତି ପାଇବା ପାଇଁ ଦଳିତଙ୍କୁ ଏହିଭଳି କରିବାକୁ କୁହାଯାଇଥାଏ । ବ୍ରାହ୍ମଣଙ୍କ ଅଇଁଠା ପତ୍ରରେ ଶୋଇବା ଦ୍ୱାରା ତାଙ୍କ ପାପରୁ ତାଙ୍କୁ ମୁକ୍ତି ମିଳିବ ବୋଲି କୁହାଯାଉଥିଲା । ଏହାସହ ଚର୍ମ ରୋଗ ଏବଂ ଅନ୍ୟାନ୍ୟ ରୋଗ ମଧ୍ୟ ଦୂର ହୋଇଯିବ ବୋଲି କୁହାଯାଇଥାଏ । ଏହି ପ୍ରଥା ପ୍ରତିବର୍ଷ ନଭେମ୍ବର ମାସରୁ ଡିସେମ୍ବର ମାସରେ ହୋଇଥାଇ । ଏହି ପ୍ରଥାରେ ପାଖାପାଖି ୨୫ ହଜାର ଲୋକ ଅଂଶଗ୍ରହଣ କରିଥାନ୍ତି । 

କର୍ଣ୍ଣାଟକର ଦକ୍ଷିଣ କନାରା ଜିଲ୍ଲାରେ କୁକେ ସୁବ୍ରମନ୍ୟା ତୀର୍ଥସ୍ଥଳୀରେ ଚମ୍ପା ଶାସ୍ତି ବା ସୁବ୍ରମନ୍ୟା ଶାସ୍ତି ଅବସରରେ ମଡ଼େ ସ୍ନାନ ଆୟୋଜନ କରାଯାଇଥାଏ । କୁକେ ସୁବ୍ରମନ୍ୟା ମନ୍ଦିରରେ ୯ ମୁଣ୍ଡ ବିଶିଷ୍ଟ ସାପର ମୂର୍ତ୍ତିକୁ ଭଗବାନ ସୁବ୍ରମନ୍ୟାଙ୍କ ନାଁରେ ପୂଜା କରାଯାଏ । ଏହି ତିର୍ଥସ୍ଥଳ ୪ ହଜାର ବର୍ଷ ପୁରୁଣା ।

ଏହି ପ୍ରଥା ସମ୍ପର୍କରେ କିଛି ସୂଚନାକାରୀ କହିଛନ୍ତି ଯେ, ସାପ ଗାତରୁ ବାହାରୁଥିବା ମଇଳାରେ ରୋଗମୁକ୍ତ କରିବା କ୍ଷମତା ଅଛି । ଏହିଭଳି ଭାବେ ଏହି ପରମ୍ପରା ଆରମ୍ଭ ହୋଇଥିବା ନେଇ ଆଶଙ୍କା କରାଯାଉଛି । କିନ୍ତୁ ପରେ ଏହାକୁ ବୈଦିକ ପରମ୍ପରା ନାଁ ଦେଇ ବ୍ରାହ୍ମଣମାନେ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ ।

ଗତ କିଛି ବର୍ଷ ହେଲା ମଡ଼େ ସ୍ନାନ ପ୍ରଥାର ବିରୋଧ କରାଯାଇଥିଲା । ବିରୋଧ ପରେ ଏହାକୁ ଇଦେ ସ୍ନାନ ନାଁ ଦିଆଯାଇଥିଲା । ଇଡେ ସ୍ନାନରେ ଲୋକେ ଅଇଁଠା ପତ୍ରରେ ନ ଶୋଇ ପ୍ରସାଦ ରଖାଯାଇଥିବା ପତ୍ରରେ ଶୋଇଥାନ୍ତି । କିନ୍ତୁ ଗତବର୍ଷ ପଲିମରୁ ମଠ ଉଭୟ ପ୍ରଥାକୁ ରଦ୍ଦ କରିଦେଇଥିଲେ ।

   Related Posts