Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆକାଶରେ ମେଡ୍-ଇନ୍-ଚାଇନାର ଏଣ୍ଟ୍ରି, ୧୩୦ ଯାତ୍ରୀଙ୍କୁ ନେଇ ଉଡ଼ିଲା ପ୍ରଥମ ସ୍ୱଦେଶ ନିର୍ମିତ ବିମାନ

28/05/2023 at 7:49 PM

ସାଂଘାଇ ୨୮।୫: ଚୀନ୍‌ ନିର୍ମିତ ପ୍ରଥମ ଯାତ୍ରୀବାହୀ ବିମାନ ସି-୯୧୯ ରବିବାର ପ୍ରଥମ ବାଣିଜ୍ୟିକ ଯାତ୍ରା କରିଛି। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ବିମାନ ସାଂଘାଇ ହୋଙ୍ଗକିଆଓ ବିମାନ ବନ୍ଦରରୁ ପ୍ରଥମ ଯାତ୍ରା କରିଛି। ଚୀନ୍‌ ଲାଗି ଏହା ସବୁଠୁ ବଡ଼ ଉପଲବ୍ଧି ବୋଲି ଏବେ ମନେ କରାଯାଉଛି। ସ୍ୱଦେଶୀ ଜ୍ଞାନ କୌଶଳରେ ଚୀନ୍‌ ଯାତ୍ରୀବାହୀ ବିମାନର ନିର୍ମାଣ କରିବା ବୋଇଂ ଓ ଏୟାର ବସ୍‌ ଉପରେ ଦେଶର ନିର୍ଭରତା ହ୍ରାସ କରିବ ବୋଲି କୁହାଯାଉଛି।

ପ୍ରଥମ ଉଡାଣରେ ଚୀନ୍‌ ଇଷ୍ଟର୍ଣ୍ଣ ଏଆରଲାଇନ୍ସର ଏହି ପ୍ଲେନ୍ ୧୩୦ ଜଣ ଯାତ୍ରୀଙ୍କୁ ନେଇ ଟେକ୍‌-ଅଫ କରିଛି। ଯାହା ରାଜଧାନୀ ବେଜିଂର  ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିଛି। ବିମାନରେ ପ୍ରଥମ ଥର ଯାତ୍ରା କରୁଥିବା ଯାତ୍ରୀଙ୍କ ମୁହଁରେ ହସ ସ୍ପଷ୍ଟ ବାରି ହୋଇଯାଇଛି। ଚୀନ୍‌ ଗଣମାଧ୍ୟମ ସିସିଟିଭି ସୂଚନା ଅନୁସାରେ ପ୍ରଥମ ଉଡାଣରେ ଏହି ବିମାନରେ ଯାତ୍ରା କରିଥିବା ଯାତ୍ରୀଙ୍କୁ ରେଡ୍ ବୋର୍ଡିଂ ପାସ୍ ଦିଆଯାଇଥିଲା। ଏହା ଛଡା ଉଡାଣ ସ୍ମୃତିରେ ଯାତ୍ରୀମାନଙ୍କୁ ବିମାନ ଥିମରେ ଏକ ଭୋଜନରେ ମଧ୍ୟ ଆପ୍ୟାୟିତ କରାଯାଇଛି।

ଏହି ବିମାନକୁ କମର୍ସିଆଲ ଏୟାରକ୍ରାଫ୍ଟ କର୍ପୋରେସନ ଅଫ ଚାଇନା (କୋମାକ୍) ନିର୍ମାଣ କରିଛନ୍ତି। ପ୍ରଥମ ଜେଟ୍‌ ପ୍ଲେନ୍‌କୁ ଇଷ୍ଟର୍ଣ୍ଣ ଏୟାରଲାଇନ୍ସକୁ ବିକ୍ରି କରାଯାଇଥିବା ବେଳେ ଏହା ଏବେ ବାଣିଜ୍ୟିକ ଯାତ୍ରା ଆରମ୍ଭ କରିଛି। ଏହି ବିମାନକୁ ମୁଖ୍ୟତଃ ଏୟାରବସ୍ ଓ ବୋଇଂର ମୁକାବିଲା ଲାଗି ଡିଜାଇନ କରାଯାଇଛି। ଏହି ବିମାନର କ୍ଷମତା ୧୫୦ରୁ ୧୯୨ ଯାତ୍ରୀଙ୍କୁ ନେଇ ଯାଇ ପାରିବ। ତେବେ ପ୍ରଥମ ଉଡାଣ ୧୩୦ ଯାତ୍ରୀଙ୍କୁ ନେଇ ହୋଇଛି।

ଚୀନ୍‌ର ଏହି ସ୍ୱଦେଶୀ ଯାତ୍ରୀବାହୀ ବିମାନ ଗତ ୫ ବର୍ଷ ହେଲା ଟେଷ୍ଟିଂ ପର୍ଯ୍ୟୟରେ ଥିଲା। ଏହା ପରେ ରବିବାର ପ୍ରଥମ ଥର ଯାତ୍ରୀଙ୍କୁ ନେଇ ବାଣିଜ୍ୟିକ ଉଡାଣ କରିଛି। ତେବେ ସି-୯୧୯ ବିମାନ ଚୀନ୍‌ରେ ନିର୍ମିତ ହୋଇଥିଲେ ବି ଏହାର ଅଧିକାଂଶ ଯନ୍ତ୍ରାଂଶ ବାହାରୁ ଆମଦାନୀ କରାଯାଇଛି। ଏପରିକି ବିମାନର ଇଞ୍ଜିନକୁ ମଧ୍ୟ ବିଦେଶରୁ ଆମଦାନୀ କରାଯାଇଛି ବୋଲି ଜଣାପଡିଛି।    

   Related Posts