Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
  • ||

ଧର୍ମଶାଳାରୁ ୮୦୦ଲିଟରରୁ ଅଧିକ ଦେଶୀ ମଦ ଜବତ, ୧୮୦୦ ଲିଟର ପୋଚ ନଷ୍ଟ

6/03/2023 at 12:29 PM

ଚଣ୍ଡିଖୋଲ ୬।୩: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଜେନାପୁର ଥାନା ଅଞ୍ଚଳରୁ ବ୍ୟାପକ ଦେଶୀ ମଦ କାରବାର ଚାଲିଥିବା ବେଳେ ଯାଜପୁର ଅବକାରୀ ବିଭାଗ ଓ ଜେନାପୁର ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ବେଳେ ୮୦୦ ଲିଟର ମଦ ଜବତ କରାଯିବା ସହ ପ୍ରାୟ ୧୮୦୦ ଲିଟରରୁ ଉର୍ଦ୍ଧ୍ବ ଦେଶୀ ମଦ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ । 

ଏହି ବେଆଇନ ମଦ କାରବାରରେ ପୋଲିସ  ତିନି ଜଣକୁ ଗିରଫ କରିଛି । ଗିରଫ ବେପାରୀମାନେ ଆଳୀଜଙ୍ଗା ଗ୍ରାମର ସୁକାନ୍ତି ମହାନ୍ତି, କମ୍ପାଲ ଗ୍ରାମର ରବୀନ୍ଦ୍ର ସାହୁ, ଗଭା ସାହୁ । ଏମାନଙ୍କ ବିରୋଧରେ ତିନିଗୋଟି ପୃଥକ୍ ପୃଥକ୍ ମାମଲା, କେଶ୍ ନମ୍ୱର -୧୮୩/୧୮୪/୧୮୫-/୨୩  ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ତେବେ ଧର୍ମଶାଳା ଅବକାରୀ ଅଧିକାରୀ  ସ୍ବପ୍ନାରାଣୀ ସାହୁଙ୍କ ନେତୃତ୍ୱରେ  ଓଆଇସି ଜୟନ୍ତୀ ଆଚାର୍ଯ୍ୟଙ୍କ ମିଳିତ ଭାବେ ଏକ  ସ୍ଵତନ୍ତ୍ର ଟିମ୍ ଗଠନ କରି ସନ୍ଧ୍ୟାରେ ଚଢ଼ାଉ କରି ଏହି ବେଆଇନ ମଦ କାରବାରକୁ ଧରିବାରେ ସଫଳ ହୋଇଥିଲେ ।

   Related Posts