ଅବକାରୀ ଅଫିସ୍ରୁ ଜବତ ମଦ ବୋଝେଇ ଗାଡି ଛଡାଇନେଲେ ମାଫିଆ, ୨ ଅଟକ
24/06/2022 at 12:49 PM

ଆଠଗଡ ୨୪।୬: ବନ୍ଧୁକ ଦେଖାଇ ଜବତ ପିକଅପ୍ ଭ୍ୟାନ୍ ନେଇଗଲେ ମାଫିଆ । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭାଗ ।
ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗ ଭିରୁଡା ଅଞ୍ଚଳରୁ ଯାଇଥିବା ମଦ ବୋଝେଇ ପିକଅପ୍ ଭ୍ୟାନକୁ ଆଠଗଡ଼ ଥାନା ଅନ୍ତର୍ଗତ ତାରିଣୀ ଛକରୁ ଜବତ କରିଥିଲା ଅବକାରୀ ବିଭାଗ । ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଅବକାରୀ ବିଭାଗ କାର୍ଯ୍ୟାଳୟ ଗେଟ୍ ଭାଙ୍ଗି କର୍ମଚରୀଙ୍କୁ ବନ୍ଧୁକ ଦେଖାଇ ଜବତ ମଦ ବୋଝେଇ ପିକଅପ୍ ଭ୍ୟାନକୁ ଲୁଟି ନେଇଥିଲେ । ଜବତ ପିକଅପ୍ ଭ୍ୟାନ୍ ଡ୍ରାଇଭରଙ୍କ ସହ ଅନ୍ୟ ଜଣକୁ ଅଟକ ରଖି ପଚରାଉଚରା କରୁଛି ଅବକାରୀ ବିଭାଗ ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022