ବିପୁଳ ପରିମାଣର ନକଲି ମଦ ଜବତ, ମହିଳା ଗିରଫ

Published By : Prameya-News7 Bureau | August 24, 2021 IST

ବାରିପଦା, ୨୪|୦୮:  ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଫୁଲବାଡିଆ ଗ୍ରାମରେ ନକଲି ମଦ କାରଖାନା ଉପରେ ଚଢଉ । ବିପୁଳ ପରିମାଣର ନକଲି ମଦ ଜବତ ।

ପୂର୍ବ ସୂଚନା ମୁତାବକ ମଙ୍ଗଳବାର ବାରିପଦା ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ତିଆରି ବିକ୍ରି କରୁଥିବା ଅଭିଯୋଗରେ ଚଢଉ କରାଯାଇଛି ।  ଚଢଉ ବେଳେ ଗ୍ରାମର ଶତୃଘ୍ନ ମହାନ୍ତଙ୍କ ସ୍ତ୍ରୀ ସୁଭଦ୍ରା ମହାନ୍ତଙ୍କୁ ଗିରଫ କରଯାଇଛି । ଏଥି ସହିତ ୫୦ ଲିଟର ସ୍ପିରିଟ, ୮୮୦ଟି ବିଭିନ୍ନ ବ୍ରାଣ୍ଡର ଠିପି ଓ ୪୫ ଟି ନାମିଦାମୀ କମ୍ପାନୀର ଲେବୁଲ ଜବଦ କରାଯାଇଛି ।

ଜବତ ନକଲି ମଦର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କାରୁ ଉର୍ଦ୍ଧ ହେବ ବଲି ଜଣାପଡିଛି । ଏବାବଦରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାରିପଦା ସଦର ଅବକାରୀ ବିଭାଗ  ଆଇ.ଆଇ.ସି. ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.