୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ

Published By : Prameya-News7 Bureau | October 15, 2021 IST

ସୋର, ୧୫|୧୦:   ବିପୁଳ ପରିମାଣର ଦେଶୀ ମଦ ଜବତ । ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ଓ ପୋଲିସ ଅଧିକାରୀଙ୍କ ମିଳିତ ଉଦ୍ୟମରେ  ଏକ ଟିମ ବିପୁଳ ପରିମାଣର ମଦ ଜବତ କରିଛି ।

ଶୁକ୍ରୂାର ସକାଳେ ଶିଙ୍ଗାଖୁଣ୍ଟା ପଞ୍ଚାୟତରେ ଦୁଇଟି ଦେଶୀ ମଦ କାରଖାନା ଉପରେ ଟିମ୍ ଚଢ଼ଉ କରିଥିଲା । ଚଢଉ ବେଳେ ୨୫୦ ଲିଟର ଦେଶୀ  ମଦ ଜବଦ କରିବା ସହ ୮, ୫୦୦ ଲିଟର ଗୁଡ଼ ପୋଚ ନଷ୍ଟ କରାଯାଇଛି । ସେହିପରି ସିମୁଳିଆ ଥାନା ବିରଞ୍ଚିପୁର ଗ୍ରାମରେ ଚଢ଼ଉ କରି କମଳା ବଳଙ୍କ ନିକଟରୁ ପାଞ୍ଚ ଲିଟର ନକଲି ବିଦେଶୀ ମଦ ସହ ପଚାଶ ଲିଟର ସ୍ପିରିଟ ଜବତ କରାଯାଇଛି । ଏହା ସହ ଅଭିଯୁକ୍ତ କମଳାଙ୍କୁ ଗିରଫ କରାଯାଇଛି ।

ସେହିପରି ଖଇରା ଥାନା ହରିପୁର ଗ୍ରାମର ହେମଲତା ଜେନା ଠାରୁ ୧୫  ଲିଟର ଦେଶୀମଦ, ଝାଟିଆ ଗ୍ରାମର ଲଷ୍ମୀ ବେହେରା ଠାରୁ ୪ ଲିଟର ବିଦେଶୀ ମଦ ସହ ୨୦  ଲିଟର ଦେଶୀ ମଦ, ରଟିଣା ଗ୍ରାମର ଭରତ ସେଠୀ ଠାରୁ ୪୫  ଲିଟର ଦେଶୀମଦ ଏବଂ ହରିପୁର ଗ୍ରାମର ସୁକାନ୍ତ ଜେନା ଠାରୁ ୨୦  ଲିଟର ଦେଶୀମଦ ଜବଦ କରାଯାଇଛି । ଏହା ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.