ଆମ୍ବେଦକରନଗର୨୦|୯: ଆମ୍ବେଦକରନଗର ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ସବୁ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାଆ କୋଳରୁ ଦେଢ଼ ବର୍ଷର କୋମଳମତି ଶିଶୁ ଛଢ଼ାଇ ନେଇ ଚଳନ୍ତା ଟ୍ରେନର ବାହାରକୁ ଫିଙ୍ଗି ଦେଲା ଉନ୍ମତ୍ତ ଯୁବକ।
ଏହି ଘଟଣା ପରେ ସ୍ଥାନୀୟ ଷ୍ଟେସନରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ବି ଶିଶୁଟିର ମାଆ ବସୁଧା ଟ୍ରେନ ପଟ୍ରିରେ ନିଜ ପିଲାକୁ ଖୋଜୁଛନ୍ତି। ଏହି ଆଶା ଆଙ୍କାକ୍ଷାରେ ସେ ଅଛନ୍ତି ଯେ କାଳେ ତାଙ୍କ ସନ୍ତାନ ତାଙ୍କୁ ମଳିଯିବ। ଆଶା ମରି ନାହିଁ, ସେ ଜୀବନ ବିକଳେ ନିଜ ଛୁଆକୁ ଖୋଜୁଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୮ ତାରିଖରେ ଏହିଭଳି ଘଟଣା ଘଟିଥିଲା। ପଶ୍ଚିମବଙ୍ଗରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଫରକ୍କା ଏକ୍ସପ୍ରେସରେ ଦେଢ଼ ବର୍ଷର ଶିଶୁକୁ କୋଳରେ ଧରି ମହିଳା ବସିଥିଲେ। ଦିଲ୍ଲୀରେ ମହିଳାଙ୍କ ସ୍ବାମୀ ରହନ୍ତି । ତେଣୁ ସାଙ୍ଗରେ ଦେଢ଼ ବର୍ଷର ଶିଶୁ ନେଇ ତାଙ୍କ ସ୍ବାମୀଙ୍କୁ ଦେଖା କରିବା ଲାଗି ଯାଉଥିଲେ। ହଠାତ ତାଙ୍କ ଦେଢ଼ ବର୍ଷର ପିଲାକୁ କେହି ଛଢ଼ାଇ ଚଳନ୍ତା ଟ୍ରେନର ବାହାରକୁ ଫିଙ୍ଗି ଦେବ ସେ କଥା ମହିଳା ଭାବି ନଥିଲେ। ମହିଳାଙ୍କ ପାଖରେ ବସିଥିବା ଉନ୍ମତ୍ତ ଯୁବକ ଅଚନାକ ମହିଳାଙ୍କ ଗଳା ଚିପି ତାଙ୍କୁ ବେହୋସ କରିଦେଇଥିଲେ। ଏହପରେ ଦେଢ଼ ବର୍ଷ ଶିଶୁକୁ ଚଳନ୍ତା ଟ୍ରେନର ବାହାରକୁ ଉନ୍ମତ୍ତ ଯୁବକ ଫିଙ୍ଗି ଦେଇଥିଲା।
ଗୋସାଇଗଞ୍ଜ ଷ୍ଟେସନରେ ମହିଳାଙ୍କ ଚେତା ଫେରିବା ପରେ ପାଗୀଳି ଭଳି ନିଜ ପିଲାକୁ ଖୋଜିଥିଲେ। ସ୍ଥାନୀୟ ଜିଆରପି ପୋଲିସ ଘଟଣା ସଂପର୍କରେ ମହିଳାଙ୍କ ପଚାରିବା ପରେ ଉନ୍ମତ୍ତ ଯୁବକକୁ ଗିରଫ କରିଥିଲା। ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହୟତାରେ ଦେଢ଼ବର୍ଷର ଶିଶୁଟି ଖୋଜିଥିଲେ। ରାତି ଯୋଗୁଁ କୋମଳମତି ଶିଶୁର ପତ୍ତା ମିଳି ନଥିଲା। ମହିଳା ଜଣକ ନିଜ ସନ୍ତାନକୁ ଖୋଜି ବାରମ୍ବାର ଚେତା ଶୂନ୍ୟ ହୋଇ ଯାଉଛନ୍ତି। ୧୦୦ରୁ ଅଧିକ ଯବାନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଦେଢ଼ ବର୍ଷର ଶିଶୁଟି ସଂପର୍କରେ ପୋଲିସକୁ କିଛି ସୂଚନା ମିଳିନାହିଁ। ଅଭିଯୁକ୍ତ ଉନ୍ମତ୍ତ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।