ନୂଆଦିଲ୍ଲୀ: ଜି ସେଭେନ ବୈଠକ ପୂର୍ବରୁ ନେତାମାଙ୍କର ୟୁକ୍ରେନ୍ର କିଭ୍ ଗସ୍ତ ନେଇ ଖବର ପ୍ରକାଶ ପାଇଛି। ଜର୍ମାନୀ ଚାନ୍ସଲେର ଓଲାଫ ସ୍କୁଲ୍ଜ ଇଟାଲୀ ଓ ଫ୍ରାନ୍ସ ଚାନ୍ସେଲରଙ୍କ ସହ କିଭ୍ ଗସ୍ତରେ ଯିବେ ବୋଲି ଦର୍ମାନୀ ଖବର କାଗଜ ବିଲ୍ ଏମ୍ ସୋନ୍ନଟ୍ୟଗରେ ଖବର ପ୍ରକାଶ ପାଇଛି। ଜୁନ ଶେଷରେ ଏହି ନେତାମାନେ କିଭ ଗସ୍ତ କରିବେ ବୋଲି ଖବର ପ୍ରକାଶ ପାଇଛି।
ତେବେ ଏନେଇ ଜର୍ମାନୀ ସରକାରୀ ପ୍ରବକ୍ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ସେ ରଏଟର୍ସଙ୍କୁ ସୂଚନା ଦେଇଛନ୍ତି। କେବେଳ ଏମାନେ ନୁହଁନ୍ତି ଅନ୍ୟ ଦେଶର ନେତାମାନେ ମଧ୍ୟ କିଭ ଗସ୍ତରେ ଯାଉଥିବା ବେଳେ କାହା ପାଖରେ ଖବର ନାହିଁ ବୋଲି କୁହାଯାଉଛି। ଏହି ଖବର ପ୍ରକାଶ ପରେ ନେତାମାନେ କିଛି ନ ଜଣାଇ କିଭ୍ ଗସ୍ତ କାହିଁକି କରୁଛନ୍ତି ସେ ନେଇ ସନ୍ଦେହ ପ୍ରକାଶ ପାଇଲାଣି। ଋଷକୁ ରୋକିବାକୁ ଆଉକିଛି ଗୁପ୍ତ ଯୋଜନା ଚାଲିଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ତେବେ ୟୁକ୍ରେନ୍ ଉପରେ ଆକ୍ରମଣ ହେବା ପରଠାରୁ ସ୍କୋଲ୍ଜ, ମାକ୍ରୋନ୍ ଏବଂ ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀ କେହି ଜଣେ ହେଲେ ବି କିଭ୍ ଗସ୍ତ କରି ନାହାନ୍ତି। ତେବେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ନିୟମିତ ଆଲୋଚନା ଜାରି ରଖିଛନ୍ତି।