ମୋଦୀଙ୍କ ପ୍ରଶଂସାରେ ଶତମୁଖ ଫ୍ରାନ୍ସ ରାଷ୍ଟ୍ରପତି, କହିଲେ ଯାହା କହୁଛନ୍ତି ସଠିକ୍

Published By : Prameya-News7 Bureau | September 21, 2022 IST

ନୂଆଦିଲ୍ଲୀ ୨୧/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ୟୁନାଇଟେଡ ନେସନ ଜେନେରାଲ ଆସେମ୍ବଲିର ୭୭ତମ ଅଧିବେଶନରେ ମୋଦିଙ୍କ ପ୍ରଶଂସା କରିଛନ୍ତି ।

ନ୍ୟୁୟର୍କ ସହରରେ ଆୟୋଜିତ ଏହି ସମାରୋହରେ ରାଷ୍ଟ୍ରପତି ମାକ୍ରନ କହିଥିଲେ ଯେ, ଉଜବେକିସ୍ତାନ ଏସ୍ ସିଓ ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ମୋଦୀ କହିଥିଲେ ଯେ, ଏବେ ଯୁଦ୍ଧର ସମୟ ନୁହେଁ । ପାଶ୍ଚାତ୍ୟ ଦେଶ ପାଇଁ ପ୍ରତିଶୋଧ ନେବାର ସମୟ ନୁହେଁ ।

ମୋଦିଙ୍କ ଏହି କଥାକୁ ଫ୍ରାନ୍ସ ରାଷ୍ଟ୍ରପତି ୟୁଏନଜିଏ ସମ୍ମିଳନୀରେ ବିଶ୍ୱର ଜଣାଶୁଣା ନେତାଙ୍କ ସାମ୍ନାରେ କହିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଠକି କଥା କହିଥିଲେ । ସେ ଯୁଦ୍ଧ ସପକ୍ଷରେ ନାହାନ୍ତି । ଯାହା ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭଲ ବାର୍ତ୍ତା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.