ଅସୁରାଳି ବଜାର ୨ଦିନ ପାଇଁ ପୁରା ସଟ୍‌ଡାଉନ୍‌, ଜମୁଥିବା ଭିଡ଼କୁ ଦେଖି ନିଷ୍ପତ୍ତି

Published By : Prameya-News7 Bureau | June 30, 2021 IST

ଭଦ୍ରକ ୩୦।୦୬: କୋଭିଡ୍ ନିୟମ ଉଲଂଘନକାରୀଙ୍କ ଉପରେ କଡା ଆଭିମୁଖ୍ୟ।  ଭଦ୍ରକ ଜିଲ୍ଲା ଅସୁରାଳି ବଜାର ୨ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା ହୋଇଛି । ଆଜି ଠାରୁ ଆସନ୍ତା ୧ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । ବଜାରରେ ଭିଡକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି ।  

ଖବର ଅନୁଯାୟୀ, ଅସୁରାଳି ବଜାରରେ ପ୍ରବଳ ଭିଡ ହେଉଥିଲା । ଯାହାକୁ ଦୃଷ୍ଟିରେ ଦେଖି କଠୋର ପଦକ୍ଷେପ ନେଇଛନ୍ତି ସରପଞ୍ଚ । ଆଜିଠାରୁ ଆସନ୍ତା ୧ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଅସୁରାଳି ବଜାରକୁ ପୁରା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ତେବେ ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବା ନେଇ ନିଷ୍ପତି ନିଆଯାଇଛି ।  ସଟ ଡାଉନ ଯୋଗୁଁ କୌଣସି ବ୍ୟକ୍ତି ଅଯଥା ଘରୁ ନ ବାହାରିବା ପାଇଁ ନିବେଦନ କରାଯାଇଛି । ଏ ନେଇ ଅସୁରାଳି ଗ୍ରାମ ପଞ୍ଚାୟତର ସରପଞ୍ଚ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.