Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୫ ଦିନ ପରେ କାର୍ଯ୍ୟକ୍ଷମ ହେଲା ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର

18/09/2023 at 2:05 PM

ଲମତାପୁଟ ୧୮।୯: ୫ ଦିନ ପରେ କାର୍ଯ୍ୟକ୍ଷମ ହେଲା ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର । ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ଇଂଜିନିୟର ଦିନରାତି ୨୪ ଘଣ୍ଟା କାର୍ଯ୍ୟ କରି ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ଟି.ପି. ଡ୍ୟାମ୍ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ମଧ୍ୟରାତ୍ରିରୁ ସମସ୍ତ ୬ଟି ଟରବାଇନ୍ କାର୍ଯ୍ୟକ୍ଷମ ହେବା ପରେ ୧୨୦ ମେଗାୱାଟ ଉତ୍ପାଦନ ଆରମ୍ଭ ହୋଇଛି । କିନ୍ତୁ ୫ ଦିନରେ ୫ କୋଟି ରାଜସ୍ବ କ୍ଷତି ସହିଛି ପ୍ରକଳ୍ପ ।

ଅନ୍ୟପକ୍ଷରେ ଟି.ପି. ଡ୍ୟାମ୍‌ର ପାଣି ଖାଲି କରିବା ପରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ  ଡି.ଡ୍ୟାମ୍‌ର ଦୁଇଟି ପାୱାର ଗେଟ୍‌ ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧାରେ ଅଟକିଥିବାରୁ ଷ୍ଟୋରେଜ ପାଣିକୁ ସମ୍ପୂର୍ଣ୍ଣ ଖାଲି କରିବାକୁ ପଡିଥିଲା l ଗୋଟିଏ ପଟେ ଷ୍ଟକ୍ ପାଣି କ୍ଷତି ହୋଇଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ସହିଛି ପ୍ରକଳ୍ପ ଏବଂ  ଦିନକୁ ୨.୮ ମିଲିୟମ ୟୁନିଟ ବିଦ୍ୟୁତ କ୍ଷତି ସହୁଛନ୍ତି ଉଭୟ ଓଡିଶା ଏବଂ ଆନ୍ଧ୍ର ସରକାର ।

You Can Read :

   Related Posts