ଧନୀକଙ୍କ ଲାଗି ପ୍ରଶିଦ୍ଧ ଦୁବାଇରେ ଗରିବଙ୍କ ପାଇଁ ଲଗା ଯାଇଛି ମାଗଣାରେ ରୁଟି ଦେଉଥିବା ମେସିନ, ଜାଣନ୍ତୁ କେମିତି କରୁଛି କାମ

Published By : Prameya-News7 Bureau | September 28, 2022 IST

ଦୁବାଇ ୨୮।୯: ଧନୀକଙ୍କ ସହର ଦୁବାଇ ଗରୀବଙ୍କୁ ଏକ ଉପହାର ଦେଇଛି। ଦୁବାଇରେ ରହୁଥିବା ଶ୍ରମିକ ଶ୍ରେଣୀର ଲୋକେ ଯେଉଁମାନେ ଦିନକୁ ଦୁଇ ଓଳା ଖାଦ୍ୟ ଜୁଟାଇ ପାରୁ ନାହାନ୍ତି ସେମାନଙ୍କ ଲାଗି ଗରମ ବ୍ରେଡ ଦେଇ ପାରୁଥିବା ମେସିନର ବ୍ୟବସ୍ଥା ହୋଇଛି। ଏହି ମେସିନରୁ ବ୍ରେଡ ସଂଗ୍ରହ କଲେ ପଇସାଟିଏ ବି ଦେବାକୁ ପଡୁନି। ଏହି ମେସିନ ମାଧ୍ୟମରେ ଦୁବାଇ ବିଶ୍ୱକୁ ଏକ ବାର୍ତ୍ତା ଦେବାକୁ ସକ୍ଷମ ହୋଇଛି। ଯେଉଁଥିରେ ଧନୀକଙ୍କ ଅଭାବ ନଥିବା ଉପସାଗରୀୟ ଅଞ୍ଚଳରେ କଠିନ ଶ୍ରମ କରୁଥିବା ଅପ୍ରବାସୀଙ୍କ ଜୀବନକୁ ମଧ୍ୟ ଉନ୍ନତ କରିପାରୁଛି। 

ବ୍ରେଡ ମେସିନ ସମ୍ପର୍କରେ ଏବେ ସାରା ଦୁବାଇରେ ଚର୍ଚ୍ଚା। ଦୁବାଇ ଏକ ଏପରି ଦେଶ ଯେଉଁଠି ବସବାସ କରିବା ଏତେ ସହଜ ନୁହେଁ। ଏଠାରେ କଷ୍ଟ ଅଫ ଲିଭିଂ ଲଗାତାର ମହଙ୍ଗା ହେବାରେ ଲାଗିଛି। ଆକାଶ ଛୁଉଁଥିବା ଭବନ ସହିତ ଏଠାରେ ଦୁଇ ଓଳା ଦୁଇ ମୁଠା ଯୋଗାଡ କରିବା ମଧ୍ୟ କଷ୍ଟକର ହୋଇପଡୁଛି। ଦୁବାଇ ଅଧିକାଂଶ ଖାଦ୍ୟଶସ୍ୟ ଆମଦାନୀ ହୋଇଥାଏ। ଏଣୁ ଏଠାରେ ମହଙ୍ଗା ହେବା ସାଧାରଣ କଥା। ତେବେ ଏହି ମୂଲ୍ୟବୃଦ୍ଧିର ପ୍ରଭାବ ଯେପରି ଗରିବଙ୍କ ଉପରେ ନ ପଡେ ଖାସ ଏଥିଲାଗି ଦୁବାଇରେ ଏହିପରି ୧୦ଟି ରୁଟି ଭେଣ୍ଡିଂ ମେସିନ ଲାଗିଛି, ଯେଉଁଥିରୁ ଭାରତୀୟ ଅନ୍ଦାଜର ପିଟା ରୁଟି ବା ଉଷୁମ ରୁଟି ମିଳିପାରୁଛି।

{"id":689613,"width":839,"height":472,"sizeSlug":"full","linkDestination":"none"}

ଏହି ସବୁ ମେସିନକୁ ଗତ ସପ୍ତାହରେ ସୁପରମାର୍କେଟମାନଙ୍କରେ ଲଗାଯାଇଛି। ଏଥିରେ କମ୍ପ୍ୟୁଟର ଟଚ୍ ସ୍କ୍ରିନ ରହିଛି ଓ ଆପଣ ଆପଣଙ୍କ ପସନ୍ଦର ରୁଟି ହେଉ କି ସାଣ୍ଡୱିଚ୍‌ ବାହାର କରି ମାଗଣାରେ ଖାଇପାରିବେ। ଏହି ମେସିନମାନଙ୍କରେ କ୍ରେଡିଟ କାର୍ଡ ରିଡର ରହିଛି, ତେବେ ଏହା ନା ଦେୟ ପାଇଁ ନା ଦାନ ପାଇଁ। ମେସିନରୁ ନିଜ ମନମୁତାବକ ରୁଟି କାଢି ମାଗଣାରେ ଖାଇପାରିବେ।

 ଦୁବାଇ ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ତଥ୍ୟ ଅନୁସାରେ ଏଠାରେ ଗତ ଜୁଲାଇ ମାସରେ ଖାଇବା ପିଇବା ସାମଗ୍ରୀର ମୂଲ୍ୟରେ ୮.୭୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହିପରି ପରିବହନ କ୍ଷେତ୍ରରେ ମଧ୍ୟ ୩୮ ପ୍ରତିଶତ ମହଙ୍ଗା ଦେଖା ଦେଇଛି। ଏହି ବ୍ରେଡ ଭେଣ୍ଡିଂ ମେସିନଗୁଡିକୁ ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ ରସିଦ ଅଲ ମଖତୁମଙ୍କ ପକ୍ଷରୁ ଚଳାଯାଉଥିବା ଏକ ଫାଉଣ୍ଡେସନ ଲଗାଇଛି।

{"id":689614,"sizeSlug":"full","linkDestination":"none"}

ୟୁଏଇର ଜନସଂଖ୍ୟା ୧୦କୋଟି ଓ ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପ୍ରବାସୀ। ଏହି ୯୦ ପ୍ରତିଶତ ଏସିୟା ଓ ଆଫ୍ରିକାରୁ ଆସିଛନ୍ତି। ଦୁବାଇ ୟୁଏଇର କେନ୍ଦ୍ର ଓ ଏହାର ଅର୍ଥ ବ୍ୟବସ୍ଥା ଶ୍ରମିକଙ୍କ ଉପରେ ନିର୍ଭର କରେ। ଏହି ଶ୍ରମିକମାନେ ବିଳାଶମୟ ଟୁରିଜିମରୁ ଆରମ୍ଭ କରି ରିଏଲ ଇଷ୍ଟେଟରେ କାମ କରନ୍ତି। ଏହିମାନଙ୍କୁ ଭରସା କରି ଦେଶର ଅର୍ଥ ବ୍ୟବସ୍ଥା ଚଳେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.