ଅମୃତ ସରୋବର ଯୋଜନାରେ ମେସିନ କରୁଛି କାମ, ମାଟି ଖୋଳା ହେବା ବେଳେ ଉତ୍ତେଜନା

Published By : Prameya-News7 Bureau | December 22, 2022 IST

ଚଣ୍ଡୀଖୋଲ ୨୨/୧୨: ମନରେଗା ଯୋଜନାରେ କପଷ୍ଟିକିରି ଗ୍ରାମରେ ପୋଖରୀ ଖୋଳା ଯାଉଥିବା ବେଳେ ଉତ୍ତେଜନା । ବନ୍ତଳା ସରପଞ୍ଚଙ୍କୁ ଧମକାଇଲେ ଯୁବକ । ବଇରୀ ପୋଲିସର ତଦନ୍ତ ଜାରି । ସୂଚନା ଥାଉକି, ବଡ଼ଚଣା ବ୍ଲକ୍ ବଇରୀ ଥାନା ଅନ୍ତର୍ଗତ ବନ୍ତଳା ପଞ୍ଚାୟତ କପାଷ୍ଟିକିରି ଗ୍ରାମରେ ମନରେଗା ଯୋଜନାରେ ପୋଖରୀ ଖୋଳିବା ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠିରେ ନିର୍ଦ୍ଦେଶନାମା ଜାରି ହୋଇଥିଲା । କିନ୍ତୁ ପୋଖରୀ ଖୋଳାଇବା ପାଇଁ ମେସିନରେ ମାଟି ଖୋଳିବାକୁ ନିୟମ ନଥିବା ବେଳେ ମେସିନରେ ମାଟି ଖୋଳା ଯାଉଥିଲା। ତେବେ ମଣିଷ ବଦଳରେ କିପରି ମେସିନରେ ମାଟି ଖୋଳାଯାଉଛି ବୋଲି ପଚାରିଥିଲେ ସ୍ଥାନୀୟ ଲୋକେ ।

ସ୍ଥାନୀୟ ବନ୍ତଳା ସରପଞ୍ଚ ସମୀର ରାଉତ ଖବର ପାଇ ଘଟଣାସ୍ଥଳରେ ପହଁଛି ଏନେଇ ପଚାରି ଥିବା ବେଳେ, ପୋଖରୀ ଖୋଳାଇବା ନେଇ ପଞ୍ଚାୟତକୁ କୌଣସି ସୂଚନା ମିଳିନଥିବା କହିଛନ୍ତି ବନ୍ତଳା ସରପଞ୍ଚ । କିନ୍ତୁ ଏହି ସମୟରେ ବିଜେପି ରାଜ୍ୟ ସମ୍ପାଦକ ଅମର ନାୟକ ଓ କାଇମାଟିଆ ସରପଞ୍ଚଙ୍କ ପ୍ରତିନିଧି ଅଶୋକ ନାୟକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ସରପଞ୍ଚଙ୍କୁ ସେଠାରୁ ପଳାଇ ଯିବାକୁ କହିଥିବା ବେଳେ ଧମକ ମଧ୍ୟ ଦେଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଉଭୟ ବନ୍ତଳା ସରପଞ୍ଚଙ୍କ ସମେତ ସ୍ଥାନୀୟ ଲୋକେ ବୈରୀ ଥାନାକୁ ଯାଇ  ଥାନାଧିକାରୀଙ୍କୁ ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଥିଲେ । ପରେ ବୈରୀ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.