ମାଚ୍ଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ, କନିଷ୍ଠ ଯନ୍ତ୍ରୀ ଆହତ

Published By : Prameya-News7 Bureau | August 26, 2021 IST

ମାଲକାନଗିରି, ୨୬/୦୮:  ମାଚ୍ଛକୁଣ୍ଡ ବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ । ହାଇଭୋଲଟେଜ୍ କାରଣରୁ ଜଳ ବିଦ୍ୟୁତ୍ ପ୍ରକଳ୍ପର ୫ଟି ଟର୍ବାଇନ୍ ରୁ ୪ଟି ଟର୍ବାଇନ୍ ସଟଡାଉନ୍ ହୋଇଯାଇଥିଲା । ହେଲେ ଗୋଟିଏ ଟର୍ବାଇନ୍ ସଟଡାଉନ ହୋଇନପାରିବାରୁ ଏଥିରେ ନିଆଁ ଲାଗିଯାଇଥିଲା ।

ଏହି ସମୟରେ ସେଠାରେ ଉପସ୍ଥିତ କନିଷ୍ଠ ଯନ୍ତ୍ରୀ ନିଆଁ ଲିଭାଇବାକୁ ଉଦ୍ୟମ କରି ଆହତ ମଧ୍ୟ ହୋଇଥିଲେ । ତାଙ୍କର ୨ ଟି ଯାକ ହାତରେ ଗୁରୁତର ଭାବେ ଆଘାତ ଲାଗିଛି । ଏଭଳି ଦୁର୍ଘଟଣା ପରେ ୬ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା । ପରେ ଜଳ ବିଦ୍ୟୁତ୍ ପ୍ରକଳ୍ପର ଟେକନିସିଆନ୍ ମରାମତି କରିବା ପରେ ପୁଣି ବିଦ୍ୟୁତ୍ ଯୋଗାଣ ଆରମ୍ଭ ହୋଇଥିଲା । ତେବେ ପୋଡ଼ି ଯାଇଥିବା ଟର୍ବାଇନକୁ ମରାମତି କରିବା ପାଇଁ ୨ମାସରୁ ଅଧିକ ସମୟ ଲାଗିବ ବୋଲି ଜଣାପଡ଼ିଛି ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.