ମାଛ ଧରିବାକୁ ଯାଇ ଖସିଗଲା ଗୋଡ, ଅଳ୍ପକେ ବର୍ତ୍ତିଗଲେ
1/09/2020 at 9:13 PM

ବାଲିପାଟଣା୧/୯: ମାଛ ଧରିବାକୁ ଯାଇ ଖସିଗଲା ଗୋଡ। ନଦୀର ପ୍ରଖର ସ୍ରୋତରେ ଭାସି ଗଲେ ଯୁବକ। ପ୍ରାୟ ୧୫ ମିନିଟ୍ ପରେ ଭାସି ଆସି ନଦୀବନ୍ଧ କଡରେ ଲାଗିଥିଲେ। ସ୍ଥାନୀୟ ମିଶି ତାଙ୍କୁ ଉଦ୍ଧାର କରିଥିଲେ। ଅଳ୍ପକେ ତାଙ୍କ ଜୀବନ ରକ୍ଷା ହୋଇଯାଇଥିଲା। ବାଲିପାଟଣା ଅଚ୍ୟୁତପୁର କାଜ ନିକଟରେ ଏଭଳି ଅଘଟଣ ଘଟିଛି। ଭାର୍ଗବୀ ନଦୀରେ ବନ୍ୟା ଆସିବା ଦ୍ବାରା ଅଚ୍ୟୁତପୁର କାଜଦେଇ ଜଳ ନିଷ୍କାସିତ ହେଉଛି । ଫଳରେ ଧନୁଆରେ ବଢି ଆସିଛି। କାଜ ନିକଟରେ ଅନେକ ଖେପା, ଜାଲ ପକାଇ ବିପଦପୂର୍ଣ୍ଣ ଭାବରେ ମାଛ ଧରୁଛନ୍ତି। ଅସାବଧାନତା ହେତୁ ବାଲିପାଟଣା ଡିହସାଇ ଗ୍ରାମର ଜଣେ ଯୁବକ ନିଜ ଜୀବନକୁ ବିପଦରେ ପକାଇଥିଲେ। ବନ୍ୟାଜଳ ଦେଖିବା ପାଇଁ ପ୍ରତ୍ୟେକ ଦିନ କାଜ ବ୍ରିଜ ଉପରେ ଶହ ଶହ ଲୋକଙ୍କର ଭିଡ ହେଉଛି । କୋଭିଡ୍ କଟକଣାକୁ ଭୁଲି ଯାଉଛନ୍ତି ଲୋକେ । ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି ।