ଋଷିକୁଲ୍ୟା ନଦୀରେ ମାଛ ମଡ଼କ, ମରି ପଡିଛନ୍ତି ଶହ ଶହ, ଚିନ୍ତାରେ ମସ୍ୟଜୀବୀ

Published By : Prameya-News7 Bureau | April 15, 2023 IST

ଖଲ୍ଲିକୋଟ ୧୫/୦୪: ଗଞ୍ଜାମ ସହର ସନ୍ନିକଟ ଋଷିକୂଲ୍ୟା ନଦୀରେ ହଜାର ହଜାର ସଂଖ୍ୟକ ମାଛ ମରି କୂଳରେ ପଡିବା ସହ ଭାସୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ମତ୍ସ୍ୟଜୀବୀ ମାନେ ଭୟଭୀତ ସହ ଏବେ ପେଟ ପାଟଣାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । କେଉଁ କାରଣରୁ ମାଛ ମରିଛି ତାହା ଜଣାପଡ଼ିନାହିଁ ।

ଋଷିକୁଲ୍ୟା ମୁହାଁଣ ଠାରୁ କାଇଁଚପୁର ଗ୍ରାମ ମଧ୍ୟରେ ନଦୀରେ ହଜାର ହଜାର ସଂଖ୍ୟକ ମାଛ ମରି ପଡିଛନ୍ତି । ଯାହାଫଳରେ ପୁଟିଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଛି । ଏବେ ମସ୍ୟଜୀବୀମାନେ ନଦୀକୁ ମାଛ ମାରିବାକୁ ଯିବାକୁ ଭୟ କରୁଛନ୍ତି । କେଉଁ କାରଣ ପାଇଁ ଏବେ ସବୁ ମାଛ ମାରିପଡ଼ିଛନ୍ତି ଜଣାପଡ଼ିନାହଁ ତେଣୁ ଏହାର ସତ୍ୟତା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି ଜନସାଧାରଣ ।

ଅନ୍ୟପକ୍ଷରେ ଉକ୍ତ ଋଷିକୁଲ୍ୟା ନଦୀ ନିକଟରେ ଏକ କମ୍ପାନୀ ଥିବାରୁ ତାହାର ବିଷାକ୍ତ ଗ୍ୟାସ ଏବଂ ବଜ୍ୟବସ୍ତୁ ପାଣିରେ ମିଶୁଥିବାରୁ ମାଛ ମରିବାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.