LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମକ୍କା ମସଜିତ ବିସ୍ଫୋରଣ ମାମଲାର ୧୦ଜଣ ଅଭିଯୁକ୍ତ ଦୋଷମୁକ୍ତ

16/04/2018 at 11:45 AM

୨୦୦୭ ମକ୍କା ମସଜିତ ବିସ୍ଫୋରଣ ମାମଲା। ହାଇଦ୍ରାବାଦର ଏକ ସ୍ବତନ୍ତ୍ର ଅଦାଲତ ଏହି ମାମଲାରେ ଅଭିଯୁକ୍ତ ଥିବା ୧୦ଜଣଙ୍କୁ ଦୋଷମୁକ୍ତ ଘୋଷଣା କରିଛନ୍ତି। ମେ ୧୮,୨୦୦୭ରେ ମକ୍କା ମସଜିତ ବିସ୍ଫୋରଣରେ ୯ଜଣ ପ୍ରାଣ ହରାଇଥିଲେ,୫୮ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ୧୦ ଜଣ ଅଭିଯୁକ୍ତଙ୍କମଧ୍ୟରୁ କେବଳ ୫ ଜଣ – ଦେବେନ୍ଦ୍ର ଗୁପ୍ତା,ଲୋକେଶ ସରକାର,ସ୍ବାମୀ ଅସୀମାନନ୍ଦ ଓରଫ ନବ କୁମାର ସରକାର,ଭାରତ ମୋହନଲାଲ ରତେଶ୍ବର ଓ ରାଜେନ୍ଦ୍ର ଚୌଧୁରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କର ମାମାଲାର ଶୁଣାଣି କରାଯାଇଥିଲା। ଏହି ମାମଲାର ପ୍ରଥମେ ତଦନ୍ତର ସିବିଆଇକୁ ଦିଆଯାଇଥିଲା। ପରେ ୨୦୧୧ରେ ଏନଆଇଏକୁ ଏହାର ତଦନ୍ତର ଦାୟିତ୍ବ ଦିଆଯାଇଥିଲା। ଏନଆଇଏ ଅଭିଯୁକ୍ତମାନଙ୍କ ବିରୋଧରେ ଠୋସ୍ ପ୍ରମାଣ ଦେବାରେ ଅସମର୍ଥ ହେବାରୁ କୋର୍ଟ ସମସ୍ତଙ୍କୁ ନିର୍ଦୋଷ ଘୋଷଣା କରିଛନ୍ତି। ରାୟର ନକଲ ପାଇବାପରେ ଏନଆଇ ପରବର୍ତ୍ତି ପଦକ୍ଷେପ ନେବ ବୋଲି କହିଛନ୍ତି ଏନଆଇଏ କର୍ତ୍ତୃପକ୍ଷ। କୋର୍ଟ ଏହି ମାମଲାରେ ଶୁଣାଣିରେ ମୋଟ ୨୨୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ରାୟ ଶୁଣାଇଛନ୍ତି। ଶୁଣାଣିସମୟରେ ୪୪୧ଟି ନଥିପତ୍ର ପ୍ରଦର୍ଶନ କରାଯାଇଥିଲା।

Leave a Reply

   Related Posts