ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ୱରୀ, କଟକଣା ମୁକ୍ତ ପୂଜାରେ ପୀଠରେ ନାହିଁ ନଥିବା ଭିଡ଼

25/09/2022 at 4:02 PM


ବଲାଙ୍ଗୀର, ୨୫।୯: ହଟିଛି କଟକଣା ବେଶ ଧୁମଧାମରେ ପାଳିତ ହେଉଛି ଦଶହରା l ଆଜି ଅମାବାସ୍ୟାରେ ବଲାଙ୍ଗୀରରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l ସମଲେଶ୍ୱରୀ ପୀଠରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ତେବେ ଲକ୍ଷେଗଙ୍ଗା ଦର୍ଶନ ସହ ଗଙ୍ଗା ସ୍ନାନ କଲେ ଯାହା ପୁଣ୍ୟ ମିଳିଥାଏ ସେହି ପୁଣ୍ୟ ମା’ଙ୍କ ଏହି ଧବଳମୁଖୀ ବେଶ ଦର୍ଶନ କଲେ ମିଳିଥାଏ ବୋଲି ବିଶ୍ୱାସ ରହିଛି l ମା’ଙ୍କ ଦର୍ଶନ ପାଇଁ ଆଜି ଭୋର ୫ଟା ରୁ ଲମ୍ବା ଲାଇନ ଲାଗିଥିଲା l ରାତି ୩ ଟାରୁ ମା’ଙ୍କ ବେଶ ଆରମ୍ଭ କରିଥିଲେ ପୂଜକ l ତାହା ସରିବା ପରେ ସମସ୍ତ ନୀତିକାନ୍ତି ସାରି ଭୋର ୫ଟାରେ ଦ୍ୱାର ଫିଟିଥିଲା ଓ ସକାଳୁ ମା’ଙ୍କ ଦର୍ଶନ ଆରମ୍ଭ ହୋଇଛି l ଆଜି ସନ୍ଧ୍ୟାରେ ମା’ଙ୍କ ମହାଆଳତୀ ହେବ ଯାହାକୁ ଦେଖିବା ପାଇଁ ଗାଁ ଗାଁରୁ ଆସିଥାନ୍ତି ଭକ୍ତ l ସେପଟେ କାଲିଠୁ ଆରମ୍ଭ ହେବ ମା’ଙ୍କ ନବଦିନାତ୍ମକ ପୂଜା । ନଅ ଦିନ ଧରି ମା’ ୯ଟି ବେଶରେ ଦର୍ଶନ ଦେବେ l

   Related Posts