ଆସନ୍ତାକାଲି ମା ମାଣିକେଶ୍ବରୀଙ୍କ ପୀଠରେ ଛତର ଯାତ୍ରା; ବଳି ପଡିବେ ନିରୀହ ପଶୁପକ୍ଷୀ, ପରମ୍ପରା ଆଗରେ ହାର ମାନିଛି ପ୍ରଶାସନ

Published By : Prameya-News7 Bureau | October 16, 2018 IST

କଳାହାଣ୍ଡି ୧୬/୧୦ : ଆସନ୍ତାକାଲି ଆନୁଷ୍ଟିତ ହେବାକୁ ଥିବା ଛତର ଯାତ୍ରା ପୁର୍ବରୁ ଆଜି ବଜାରରେ ବଳି ପାଇଁ ବ୍ୟାପକ ଭାବେ ପଶୁ, ପକ୍ଷୀ ବିକ୍ରୀ ଜାରୀ ରହିଛି । ମାନସିକଧାରୀ ମାଁ ମାଣିକେଶ୍ବରୀଙ୍କ ଉଦ୍ଦେଶ୍ୟରେ ବଳି ଦେବାକୁ ଛେଳି, ବୋଦା, କୁକୁଡା କିଣାକିଣି କରିଛନ୍ତି । ଏଥି ପାଇଁ ଜିଲ୍ଲାରେ ଛତର ପୁର୍ବରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବଜାର ବସିଥାଏ । ଯାହାକୁ ବଳି ବଜାର କୁହାଯାଏ । ଚଳିତ ବଳି ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବଳି ଦେବାକୁ ଭକ୍ତ ଚଢା ଦରରେ ପଶୁ ଓ ପକ୍ଷୀ କିଣିଛନ୍ତି । ପୁର୍ବରୁ ଛତର ଯାତ୍ରା ସମୟରେ କଳାହାଣ୍ଡିରେ ପ୍ରଚଳିତ ସର୍ବଜନନୀ ବଳି ପ୍ରଥାରୁ ବିରତ ରହିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜ୍ଜୁ ପରେ ମାନ୍ୟବର ହାଇକୋର୍ଟ ପ୍ରଶାସନକୁ ନିର୍ଦ୍ଦଶେ ରହିଛି । ପୁର୍ବ ଦିନ ମାନଙ୍କରେ ପ୍ରଶାସନ ପକ୍ଷରୁ ବଳିରୁ ବିରତ ରହିବାକୁ ସଚେତନତା ଶୋଭାଯାତ୍ରା ମାଧ୍ୟମରେ ପ୍ରୟାସ କରାଯାଉଥିଲା । ହେଲେ ଚଳିତ ବର୍ଷ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଛତର ପୁର୍ବରୁ ଲୋକଙ୍କୁ ବଳିରୁ ନିବୃତ ରହିବାକୁ ନିବେଦନ ମଧ୍ୟ କରିବା ଆବଶ୍ୟକ ମନେ କରିନାହାନ୍ତି । ଚଳି ବର୍ଷ ଛତର ଯାତ୍ରାରେ ବ୍ୟାପକ ବଳି ପଡିବାର ଆଶଙ୍କା ପ୍ରକାଶ ପାଇଛି । ଚଳିତବର୍ଷ ଛତର ପୁର୍ବରୁ ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଛି । ଜିଲ୍ଲାକୁ ନୁତନ ଭାବେ ଆସିଥିବା ଜିଲ୍ଲାପାଳ ହର୍ଷଦ ଓ ପି.ଗଗଂ।ଧର ଛତର ଯାତ୍ରା ସଂପର୍କରେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରୀୟା ଦେବାକୁ ପ୍ରସ୍ତୁତ ନୁହନ୍ତି । ଆନ୍ୟପକ୍ଷରେ ପୋଲିସ ହଜାର ହଜାର ଲୋକଙ୍କ ଆଗରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବଳି ପ୍ରସଗଂ ଉଠାଇ କୌଣସି ରିସ୍କ ନେବାକୁ ପ୍ରସ୍ତୁତ ନୁହେଁ । ବରଂ ବଳି ପ୍ରଥାକୁ ନେଇ ଲୋକଙ୍କ ବିବେକ ଉପରେ ଛାଡି ଦିଆଯାଇଛି । ମାଁ ମାଣିକେଶ୍ବରୀଙ୍କ ଛତର ଯାତ୍ରାରେ ପ୍ରଚଳିତ ବଳି ପ୍ରଥା ଲୋଙ୍କ ଆସ୍ଥା ଓ ବିଶ୍ବାସ ସହ ଜଡିତ । ହେଲେ ସାଧାରଣ ଲୋକ ଥରେ ଟିଏ ଚିନ୍ତା କରିବା ଉଚିତ ପ୍ରକୃତରେ ମା' କଣ ଚାହାନ୍ତି ! ଗୋଟିଏ ସନ୍ତାନର ରକ୍ତରେ ଆଉ ଏକ ସନ୍ତାନର ମଗଂଳ ଉଚିତ କି ? ଯେତେ ଦିନ ପର୍ଯ୍ୟନ୍ତ ଭକ୍ତ ଏହା ବୁଝିବେ ନାହିଁ ସେତେ ଦିନ ପର୍ଯ୍ୟନ୍ତ ବଳିପ୍ରଥା ଜାରୀ ରହିବ । ଆସ୍ଥା ଓ ପରଂମ୍ପରା ଆଗରେ ଆଇନ ଅସହାୟ ସାଜିଥିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.